ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

0
43

ଭୁବନେଶ୍ବର : ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି । ମହଙ୍ଗା ଭତ୍ତା ଅତିରିକ୍ତ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ପରିବର୍ତ୍ତିତ ଦରମା ହାର ୨୦୧୭ ଅନୁଯାୟୀ ଦରମା ପାଉଥିବା କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭ପ୍ରତିଶତରୁ ୯ପ୍ରତିଶତକୁ ବୃଦ୍ଧି ପାଇଛି । ଚଳିତବର୍ଷ ୧ ଜୁଲାଇରୁ ଏହା ପିଛିଲା ଭାବେ ଲାଗୁ ହେବ । ଯେଉଁ ଉଦ୍ୟୋଗଗୁଡିକ ସରକାରଙ୍କ ନିର୍ଦ୍ଧାରିତ ସର୍ତ୍ତ ପାଳନ କରିଥିବେ ସେହି ଉଦ୍ୟୋଗର କର୍ମଚାରୀମାନେ ହିଁ ଏହି ମହଙ୍ଗା ଭତ୍ତା ପାଇବେ । ଏହି ସର୍ତ୍ତ ପୂରଣ କରିନଥିବା ଉଦ୍ୟୋଗମାନେ ସେମାନଙ୍କର ପ୍ରଶାସନିକ ବିଭାଗ ଜରିଆରେ ସାଧାରଣ ଉଦ୍ୟୋଗ ବିଭାଗକୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ବିଚାର ପାଇଁ ପଠାଇପାରିବେ ।

 

LEAVE A REPLY

Please enter your comment!
Please enter your name here