ର।ହୁଲ ଗୋଟିଏ ପରେ ଗୋଟିଏ ମିଛ ବନ୍ଧୁକ ଗୁଳି ପରି।କହି ଚ।ଲିଛନ୍ତି:ମୋଦି

0
51

ଭୋପାଳ: ଲଗାତର ସମାଲୋଚନାର ଶରବ୍ୟ ହେବା ପରେ ନୀରବତା ଭଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କୁ
ରାଫେଲ ଦୁର୍ନୀତି ଠାରୁ ଆରମ୍ଭ କରି ଚୌକିଦାର ଚୋର ହୈ ପର୍ଯ୍ୟନ୍ତ କହିବାକୁ ପଛାଇ ନାହାନ୍ତି। ତେବେ ଶନିବାର ଏହାର କଡ଼ା ଜବାବ ରଖିଛନ୍ତି
ମୋଦି। ରାହୁଲଙ୍କୁ ସିଧାସଳଖ ଟାର୍ଗେଟ କରି ମୋଦି କହିଛନ୍ତି ଯେ କେତେକ ନେତା ସେମାନଙ୍କ ମୁହଁ ଏକେ ୪୭ ଭଳି ଚଳାଇଥାନ୍ତି, ଅନବରତ
ମିଛ କହିଚାଲିଥାନ୍ତି। ଅର୍ଥାତ୍ ଯେଉଁଭଳି ଭାବେ ଏକେ ୪୭ରୁ ଧମାଧମ୍ ଗୁଳି ବାହାରିଚାଲେ, ଠିକ୍
ସେହିଭଳି ଏଭଳି ନେତାଙ୍କ ମୁହଁରୁ ମିଛ ବାହାରିଚାଲିଥିବା ମୋଦି ଇଙ୍ଗିତ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ଏହି ବିରୋଧୀ ନେତାଙ୍କ ମିଛର
ପର୍ଦ୍ଦାଫାସ କରି ଜନସାଧାରଣଙ୍କ ସାମ୍ନାରେ ସେମାନଙ୍କ ମୁଖା ଖୋଲିଦେବା ପାଇଁ ଆହ୍ବାନ ଜଣାଇଛନ୍ତି ମୋଦି।
ଆଗକୁ ମଧ୍ୟ ପ୍ରଦେଶ ନିର୍ବାଚନ ଥିବା ବେଳେ ଶନିବାର ମଧ୍ୟ ପ୍ରଦେଶ ବିଜେପି ପକ୍ଷରୁ ଆୟୋଜିତ ମେରା ବୁଥ
ସବ୍ସେ ମଜଭୁତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେତେକ ନେତା
ଅବିକଳ ମିଛର ମେସିନ୍ ଭଳି। ଯେତେବେଳେ ବି ସେମାନେ ମୁହଁ ଖୋଲନ୍ତି, ସେମାନଙ୍କ ମୁହଁରୁ ଏକେ ୪୭ ଭଳି ଘମାଘମ
ମିଛ ବାହାରିବା ଆରମ୍ଭ ହୁଏ। ଏପରି ସ୍ଥିତିରେ ଆପଣମାନଙ୍କୁ ଏହି ବିରୋଧୀ ନେତାଙ୍କର ମିଛର ପର୍ଦ୍ଦାଫାସ କରିବା ସହ ଜନସାଧାରଣଙ୍କ
ସାମ୍ନାରେ ସେମାନଙ୍କ ମୁଖା ଖୋଲିଦେବାର ସମୟ ଆସିଛି ବୋଲି ମୋଦି ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି। ସୂଚନାଯୋଗ୍ୟ ଯେ କଂଗ୍ରେସ
ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ରାଫେଲ ପ୍ରସଙ୍ଗରେ ଆଉ ଏକ ନୂଆ ଅଭିଯୋଗ ଆଣି କହିଥିଲେ ଯେ ଏହାର ନିର୍ମାଣକାରୀ କମ୍ପାନୀ ଦସେଲ୍ଟ
ଆଭିଏସନ ପ୍ରଥମ ଦଫାରେ ୨୮୪ କୋଟିର ଲାଞ୍ଚ ଶିଳ୍ପପତି ଅନୀଲ ଅମ୍ବାନିଙ୍କୁ ଦେଇଛନ୍ତି। ରିଲାଏନ୍ସ ଗ୍ରୁପ୍ ଭିତରେ ଥାଇ କ୍ଷତିରେ ଚାଲୁଥିବା
ଏକ କମ୍ପାନୀରେ ଏହି ପୁଞ୍ଜିନିବେଶ କରାଯାଉଛି। ରାଫେଲ ଚୁକ୍ତିରେ ୫୮ ହଜାର କୋଟିର ଦୁର୍ନୀତି ହୋଇଥିବା ଦର୍ଶାଇ ରାହୁଲ ଆହୁରି କହିଛନ୍ତି
ଯେ ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଥିରୁ ବାଦ୍ ପଡ଼ିବେ ନାହିଁ। ତେବେ ରିଲାଏନ୍ସ ଗ୍ରୁପ୍ ପକ୍ଷରୁ ରାହୁଲଙ୍କ ଏଭଳି
ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। ଏଥିସହ କୁହାଯାଇଛି ଯେ ରିଲାଏନ୍ସ ଏୟାରପୋର୍ଟ ଡେଭଲପର୍ସ ଲିମିଟେଡରେ ଦସେଲ୍ଟ
ଆଭିଏସନର ପୁଞ୍ଜିନିବେଶ ସହ ରାଫେଲ ଲଢ଼ୁଆ ଜେଟ୍ ବିମାନ ଚୁକ୍ତିର କୌଣସି ସମ୍ପର୍କ ନାହିଁ। କଂଗ୍ରେସ ଅଧ୍ୟକ୍ଷ ଅଯଥାରେ
ଏହି ଦୁଇ ଭିନ୍ନ ପ୍ରସଙ୍ଗକୁ ଯୋଡ଼ି ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଡାହା ମିଛ କହୁଛନ୍ତି ବୋଲି ରିଲାଏନ୍ସ ଗ୍ରୁପ୍ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here