ମତିଷ୍କ ସତେଜ ରଖିବା ପ।ଇଁ ଏସବୁ ନିଶ୍ଚିତ ଖ।ଆନ୍ତୁ

0
74

ଏକ ଗବେଷଣାରୁ ଜଣାପଡ଼ିଛି କେତେକ ଖାଦ୍ୟ ରହିଛି, ଯାହା ଖାଇବା ଫଳରେ ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢ଼ାଇଥାଏ। ସ୍ମରଣଶକ୍ତି ବଢ଼ାଇବା
ସହିତ କେତେକ ଖାଦ୍ୟ ଆପଣଙ୍କ ଆଇକ୍ୟୁ ମଧ୍ୟ ତୀକ୍ଷ୍ଣ କରିଥାଏ। ଚାଲନ୍ତୁ ଜାଣିବା ଏଭଳି ଖାଦ୍ୟ ସମ୍ପର୍କରେ।ତରକାରୀତରକାରୀରେ
ମସଲା ରହିଥାଏ। ଗବେଷଣାରୁ ଜଣାପଡ଼ିଛି ଏହା ମସ୍ତିଷ୍କ ପାଇଁ ବହୁତ ଭଲ। ତରକାରୀରେ ପଡ଼ୁଥିବା ହଳଦୀରେ ଆଣ୍ଟି ଇନ୍ଫ୍ଲେମେଟରୀ
ଇଫେକ୍ଟ ରହିଛି, ଯାହା ଫଳରେ ଡିମେନ୍ସିଆ (ଭୁଲା ରୋଗ) ଆଶଙ୍କା କମ୍ ହୋଇଥାଏ। ଏଥିସହିତ ଏହା ଆପଣଙ୍କ ବ୍ରେନ୍ ସେଲ୍ସ ମଧ୍ୟ
ବଢ଼ାଇଥାଏ।ଚଣା କିମ୍ବା କାବୁଲି ବୁଟ ଚଣାରେ ମ୍ୟାଗ୍ନେସିୟମ ସ୍ତର ପ୍ରଚୁର ମାତ୍ରାରେ ରହିଛି। ଏହା ଏପରି ଏକ ମିନେରାଲ, ଯାହା ନିଦ
ବଢ଼ାଏ ଓ ମସ୍ତିଷ୍କକୁ ସକ୍ରିୟ କରିଥାଏ। ଏହାକୁ ଆପଣ ତରକାରୀ କିମ୍ବା ସାଲାଡ଼ ଭାବେ ଖାଇପାରିବେ କଫିଗବେଷଣାରେ ଏହା ସାମ୍ନାକୁ
ଆସିଛି ଯେ କଫିନ୍ଦ୍ବାରା ଏକାଗ୍ରତା ସହିତ ଶର୍ଟ ଟର୍ମ ମେମୋରି ବଢ଼ିଥାଏ। ମସ୍ତିଷ୍କକୁ ସଜାଗ ରଖିବାକୁ ଚାହୁଥିଲେ ପ୍ରତ୍ୟେକ ଦିନ ଦୁଇ
କପ୍ରୁ ଅଧିକ କଫି ପିଅନ୍ତୁ ନାହିଁ।ବାଦାମ ଫ୍ୟାଟି ଏସିଡ୍ସର ସବୁଠାରୁ ଉତ୍ତମ ଉତ୍ସ ଅଟେ। ମସ୍ତିଷ୍କ ଭିତରେ ଥିବା ସମସ୍ତ ନର୍ଭ
ସେଲ୍କୁ ଏହା ଠିକ୍ ରଖେ। ବାଦାମରେ ଭିଟାମିନ୍ଇ ମଧ୍ୟ ରହିଛି, ଯାହା ମସ୍ତିଷ୍କ ପାଇଁ ଲାଭଦାୟକ।

LEAVE A REPLY

Please enter your comment!
Please enter your name here