ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ଫସି ରହିଛନ୍ତି ୪୦ ଓଡିଆ ତୀର୍ଥଯାତ୍ରୀ

0
26

ଭଞ୍ଜନଗର :  ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ଲାଗିରହିଛି | ପୁରା କାଶ୍ମୀର ଧଳା ଚାଦରରେ ଘୋଡେଇ ହୋଇ ରହିଛି |  କିଛି ଓଡ଼ିଆ ଯାତ୍ରୀ ଯାଇଥିଲେ ବଦ୍ରିନାଥ ତୀର୍ଥ କରିବାକୁ | ଗତ ୨୬ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୦ ଜଣ ତୀର୍ଥଯାତ୍ରୀ ବଦ୍ରିନାଥ ଯାଇଥିଲେ | ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା। ପ୍ରବଳ ତୁଷାରପାତ ଯୋଗୁଁ ଗତକାଲି ଦିନ ୨ଟାରୁଏହି ୪୦ଜଣ ଓଡ଼ିଆ ଯାତ୍ରୀ ବଦ୍ରିନାଥରେ ଫସି ରହିଛନ୍ତି | ତୀର୍ଥଯାତ୍ରୀଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here