ଜିରୋ’ରେ ପରଦ। ଫ।ଡିବେ ଶାହରୁଖ

0
49

ଜିରୋ’ରେ ଦମ୍ ଦେଖାଇଛନ୍ତି ଶାହରୁଖ

ବଲିଉଡ୍ର କିଙ୍ଗ ଖାନ ଶାହରୁଖ ନିଜ ଜନ୍ମଦିନ ଅର୍ଥାତ୍୨ ନଭେମ୍ବରରେ ଚଳିତ ବର୍ଷର ବହୁପ୍ରତୀକ୍ଷିତ ସିନେମା ଜିରୋର ଟ୍ରେଲର ରିଲିଜ୍ କରିଛନ୍ତି। ଏହି ଟ୍ରେଲରରେ ଦେଖାଯାଉଛି ବାମନ ଚରିତ୍ରରେ ଅଭିନୟ କରୁଥିବା ଶାହରୁଖଙ୍କ ଜୀବନରେ ଦୁଇ ଜଣ ଝିଅ ଆସୁଛନ୍ତି। ଅନେକ ସ୍ଥାନରେ ଏମିତି କିଛି ଟ୍ବିଷ୍ଟ ଓ ଟର୍ଣ୍ଣ ରହିଛି, ଯାହା କାହାଣୀକୁ ବଦଳାଇ ଦେଉଛି।୩ ମିନିଟ୍ ୧୪ ସେକେଣ୍ଡର ଏହି ଟ୍ରେଲରର ପ୍ରତ୍ୟେକ ଦୃଶ୍ୟରେ ଶାହରୁଖ ନଜର ଆସୁଛନ୍ତି। ଅନୁଷ୍କା ଏହି ସିନେମାରେ ଜଣେ ଦିବ୍ୟାଙ୍ଗ ଭୂମିକାରେ ନଜର ଆସୁଛନ୍ତି। ସେ ହ୍ବିଲଚେୟାରରେ ବସି ଶାହରୁଖଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ଅପରପକ୍ଷେ କ୍ୟାଟ୍ରିନା କୈଫ୍ ଗ୍ଲାମରସ ଚରତ୍ରରେ ଅଭିନୟ କରୁଛନ୍ତି। ଅଲଗା ଅଲଗା ଚରିତ୍ରରେ ଅଭିନୟ କରୁଥିବା ଏହି ତିନି କଳାକାରଙ୍କ ଚରିତ୍ର ଖୁବ୍ ଆକର୍ଷଣୀୟ ହୋଇଛି। ଜିରୋ ସିନେମାର ଟ୍ରେଲର ରିଲିଜ୍ ହେବାର ମାତ୍ର କିଛି ମିନିଟ୍ରେ ଏହା ସୋସାଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଲା। ଅନୁଷ୍କାଙ୍କ ଚରିତ୍ର ମଧ୍ୟ ଖୁବ ଆକର୍ଷଣୀୟ ନଜର ଆସୁଛି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ଇଦ୍ରେ ଏହି ସିନେମାର ଟିଜର ରିଲିଜ୍ ହୋଇଥିଲା। ଏହି ଟିଜରରେ ସଲମାନଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ଟ୍ରେଲରରେ ସଲମାନ କେଉଁଠି ବି ନଜର ଆସୁ ନାହାନ୍ତି। ଜିରୋ ସିନେମାଟି ଚଳିତ ବର୍ଷ ଡିସେମ୍ବର ୨୧ରେ ରିଲିଜ୍ ହେବାକୁ ଯୋଜନା ରହିଛି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ରାୟ।

LEAVE A REPLY

Please enter your comment!
Please enter your name here