ଲଘୁ ଉଦ୍ୟୋଗୀଙ୍କୁ ମୋଦିଙ୍କ ଦୀପାବଳି ଭେଟି: ୫୯ ମିନିଟରେ ମିଳିବ ୠଣ

0
154
New Delhi: Prime Minister Narendra Modi with Sarod maestro Ustad Amjad Ali Khan and his wife Shubhalakshmi in New Delhi on Tuesday. PTI Photo / PIB (PTI6_13_2017_000093B)

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୭ ତାରିଖରେ ଦେଶର ବହୁ ପ୍ରତୀକ୍ଷିତ ପର୍ବ ଦୀପାବଳି ପଡ଼ୁଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ବ୍ୟବସାୟୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ଦେଇଛନ୍ତି। ଏହିକ୍ରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବିଞାନ ଭବନ ଠାରେ ଏହି ଲଘୁ ଉଦ୍ୟୋଗୀଙ୍କ ପାଇଁ ଏକ ୫୯ ମିନିଟ୍ର ୠଣ ଯୋଜନାର
ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଘୁ ଉଦ୍ୟୋଗୀଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଯୋଜନାକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିବା ମୋଦି ସୂଚାଇଛନ୍ତି।ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ୧୨ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ଏହି ଯୋଜନା ଅନ୍ତର୍ଭୁକ୍ତ ଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସାମୂହିକ ରୂପେ ପଦକ୍ଷେପ ଗ୍ରହଣ କରିବା ସହିତ ଉତ୍ତରଦାୟିତ୍ବ ମୁଣ୍ଡାଇଲେ ହିଁ ସାମୂହିକ ନିଷ୍ପତ୍ତି ନିଆଯାଇପାରେ ଏବଂ ଏହାର ପ୍ରଭାବ ଦେଶର ଏକ ବଡ଼ ବର୍ଗ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ବୋଲି ଏହି ଅବସରରେ ମୋଦି କହିଛନ୍ତି। ନିକଟରେ କେନ୍ଦ୍ର ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ବେଶ୍ ଗୁରୁତ୍ବ ଦେଇଛନ୍ତି। ତଦନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୋଦିତ ବିଭିନ୍ନ ସହାୟତା
କାର୍ଯ୍ୟକ୍ରମ ଆାଗମୀ ୧୦୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ, ଯଦ୍ଦ୍ବାରା ଦେଶର ଏହି କ୍ଷେତ୍ରକୁ ଅଧିକ ଶକ୍ତି ମିଳିପାରିବ।
ଏହି ଯୋଜନାର କାର୍ଯ୍ୟକାରିତା ଓ ଏହାର ପ୍ରଭାବକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଲଗାତର ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here