ଆୟାର ପାଇଁ ଶେଷ ସୁଯୋଗ

0
39

ଭୁବନେଶ୍ବର : ଓଡିଶା ବିଧାୟକଙ୍କ ପ୍ରତି ଅସୌଜନ୍ୟ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ଗତକାଲି ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଥିଲେ ବି ସତ୍ୟପାଠ ଦାଖଲ କରିପାରିନାହାଁନ୍ତି । ଆଜି ପୁଣି ଥରେ ଗୃହ କମିଟି ଆଗରେ ଉପସ୍ଥିତ ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟପାଠ ଦାଖଲ କରିବାର ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଗତକାଲି ଆୟାର ଗୃହ କମିଟି ଆଗରେ ହାଜର ହୋଇପାରିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ବି ପୂର୍ବାହ୍ନ ପ୍ରାୟ 10ଟାରେ ତାଙ୍କୁ ଲକ୍ଷ୍ମୀସାଗର ପୋଲିସ ବିଧାନସଭାରେ ହାଜର କରିଥିଲା । କମିଟି ବୈଠକରେ ସେ ସତ୍ୟପାଠ ପ୍ରସ୍ତୁତ କରିନଥିବା କହିଥିଲେ । ତାଙ୍କ ଓକିଲ ମଧ୍ୟ ସତ୍ୟପାଠ ସଂପର୍କରେ କମିଟି ସହ ଆଲୋଚନା କରିଥିଲେ । ଆଜି ପୁଣି ଥରେ ପୂର୍ବାହ୍ନ 11ଟାରେ ଗୃହ କମିଟି ବୈଠକ ବସିବ । ଆଜି ତାଙ୍କୁ ସତ୍ୟପାଠ ଦାଖଲ ପାଇଁ ଶେଷ ସୁଯୋଗ ଦେଇଛି କମିଟି ।

LEAVE A REPLY

Please enter your comment!
Please enter your name here