ସର୍ଭେ ରିପୋର୍ଟ:ଓଡ଼ିଶାରେ କଂଗ୍ରେସ ବଢୁଛି

0
1186

ଭୁବନେଶ୍ୱର :ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ। ବିଜେଡି ପାଇଁ ପୁଣି ବଜାଇଛି ସତର୍କ ଘଣ୍ଟି। ରାଜ୍ୟରେ ବିଜେଡି ପ୍ରତି ସମର୍ଥନ ଆଶାତୀତ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ଆଜିକ। ଦିନରେ ଯଦି ନିର୍ବାଚନ ହୁଏ  ଅଡ଼ୁଆରେ ପଡିପାରେ ଶ।ସକ ବିଜେଡି। ଗତ ସେପ୍ଟେମ୍ବର ମାସରେ ଆସିଥିବା ରିପୋର୍ଟ ଓ ଅକ୍ଟୋବର ମାସର ରିପୋର୍ଟକୁ ଦେଖିଲେ ରାଜ୍ୟରେ କଂଗ୍ରେସ ପ୍ରତି ଲୋକ ଆକୃଷ୍ଟ ହେଉଥିବା ଜଣ।ପଡ଼ିଛି । ଓଡିଶାରେ କଂଗ୍ରେସ ଲୋକଙ୍କ ଅନାଗ୍ରହର ଶିକାର ହୋଇଥିବା ବେଳେ କଂଗ୍ରେସ କ୍ରମେ ଆଦରତା ଲାଭ କରୁଥିବା ଦେଖାଦେଇଛି । ବିଜେପି – ବିଜେଡି ପାଇଁ ସେପରି ଆଖି ଦୃଶିଆ ଫଳ କିଛି ଦେଖିବ।କୁ ମିଳିନାହିଁ । ଏହି ସର୍ଭେର ତଥ୍ୟକୁ ଦେଖିଲେ ଏକଦା ଯେଉଁ ବିଜେଡି ରାଜ୍ୟରେ ଗାଦି ମାଡି ବସିଥିଲା ଓ ଲୋକପ୍ରିୟତାର ଶୀର୍ଷରେ ଥିଲା ଏ ଦଳ ଏବେ ସାଂଘାତିକ ଭାବେ ମାଡ ଖାଇ ଚାଲିଛି । ଲୋକେ ଦଳଠାରୁ କ୍ରମେ ମୁହଁ ଫେରାଇବା ଆରମ୍ଭ କଲେଣି । ବିଡେଜିକୁ ଦୂରେଇ ବିଜେପିକୁ କ୍ରମେ ଲୋକେ ଆପଣାଉଥିବାବେଳେ ଏବେ କିନ୍ତୁ ସେଥିରେ ଟିକେ ଘାଟା ପଡିଛି । ବିଜେପି ମଧ୍ୟ ଖସୁଥିବା ଏହି ରିପୋର୍ଟରୁ ଜଣା ପଡୁଛି । ଏହି ସର୍ଭେ ଅନୁସାରେ ଆଜି ନିର୍ବାଚନ ହେଲେ ବିଡେଜି ପାଇଁ ବଡ କ୍ଷତିକାରକ ହେବ । ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେଡିକୁ ମାତ୍ର ୬ଟି ମିଳିପାରେ ବୋଲି ଦର୍ଶାଯାଇଛି । ଏବେ ୨୧ଟି ଆସନରୁ ୨୦ଟି ଦଳ ହାତରେ ଅଛି । ଫଳରେ ୬ଟି ଆସନ ପାଇଲେ ୧୪ଟି ଆସନ ହାତରୁ ଖସି ଯିବ । ସେହିପରି ଆଜି ଭୋଟ ହେଲେ ଗୋଟିଏ ଆସନରେ ଥିବା ବିଜେପି ୧୨ଟି ଆସନ ଜିତିପାରେ । କିନ୍ତୁ ଏହି କ୍ଷେତ୍ରରେ କଂଗ୍ରେସ ପାଇଁ ଉତ୍ସାହଜନକ ସ୍ଥିତି ଉପୁଜିଛି । ଶୂନରେ ଥିବା ଦଳ ଚମକେଇ ଜିତିପାରେ ୩ଟି ଆସନ । ଏହି ସଂସ୍ଥାର ଗତ ସେପ୍ଟେମ୍ବରରେ ସର୍ଭେରେ ଦର୍ଶାଯାଇଥିଲା ଯେ ବିଜେଡି ୬, ବିଜେପି ୧୩ ଓ କଂଗ୍ରେସ ୨ ପାଇବ । ଏଣୁ ଏହାକୁ ଅନୁଧ୍ୟାନ କଲେ ବିଜେଡିର ଅଗ୍ରଗତି ଘଟି ନାହିଁ, ଲୋକେ ଆଉ ବିଜେଡିକୁ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ୨୦୦୦ ମସିହାରୁ ନିରବିଚ୍ଛନ ଭାବେ ରାଜ୍ୟରେ ରହିଆସିଥିବା ବିଜେଡି ଲଗାତାର ଭାବେ ଆଗକୁ ବଢିଚାଲିଥିଲା ବବେଳେ ଏବେ ସାଂଘାତିକ ଭାବେ ଖସୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ସର୍ଭକୁ ଯଦି ଗ୍ରହଣ କରାଯାଏ ବଢୁଥିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ସେପ୍ଟେମ୍ବର ସର୍ଭେରେ ୧୩ଟି ଲୋକସଭା ଆସନ ପାଇବ ବୋଲି ଦର୍ଶା ଯାଇଥିଲା ବେଳେ ଏବେ ଏହା ୧୨କୁ ଖସିଛି । ଏଣୁ ବିଜେପି ପ୍ରତି ଆଗ୍ରହ କମୁଥିବା ଜଣାପଡିଛି । ଏ କ୍ଷେତ୍ରରେ କଂଗ୍ରେସ ପାଇଁ ସବୁଠୁ ଉତ୍ସାହ ଜନକ ସ୍ଥିତି ହୋଇଛି । ଯେଉଁ କଂଗ୍ରେସ ପ୍ରତି ଲୋକେ ମୁହଁ ମୋଡି ଦେଇଥିଲେ ଓ ୨୦୦୦ ମସିହାରୁ କ୍ରମେ ଖସିଖସି ଚାଲିଥିଲା ଏବେ ବଢୁଥିବା ଦେଖାଦେଉଛି । ସେପ୍ଟେମ୍ବର ମାସ ସର୍ଭେରେ ଦଳ ୨ ଲୋକସଭା ଆସନ ପାଇବ ବୋଲି ଆକଳନ କରାଯାଇଥିଲା ବେଳେ ଏବେ ବୃଦ୍ଧି ପାଇ ୩ ଟି ଆସନ ପାଇବ ବୋଲି ଦର୍ଶାଯାଇଛି ।ଏହି ଜନମତ ସଭେ ର୍ରେ ଜନତାଙ୍କ ମୁଡ୍ ପରଖି ଅନ୍ୟ ରାଜ୍ୟ ସଂପର୍କରେ ବି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଉତ୍ତରପ୍ରଦେଶରେ ମେଂଟ ହେଲେ ଆଣ୍ଠେଇପାରେ ବିଜେପି । ଏସପି- ବିଏସପି ମେଂଟ ହେଲେ ଅଡୁଆରେ ପଡିବ ବିଜେପି । ଦୁଇ ଦଳ ମଧ୍ୟରେ ମେଂଟ ହେଲେ ବହୁମତ ପାଇନପାରେ ଏନଡିଏ । ୨ ଦଳ ଭିତରେ ମେଂଟ ନହେଲେ ପୁଣି ବିଜୟବାନା ଉଡାଇବ ଏନଡିଏ । ମେଂଟ ହେଲେ କେବଳ ୟୁପିରୁ ଏନଡିଏ ୭୦ରୁ ଅଧିକ ଆସନ ଜିତିବ । ୟୁପିରୁ ୭୦ ସହ ମୋଟର ୩ଶହରୁ ଅଧିକ ଆସନ ଜିତିବ ଏନଡିଏ । ୟୁପିଏ ୧୧୬ ଏବଂ ଅନ୍ୟମାନେ ୧୨୭ଟି ଆସନ ପାଇବା ସମ୍ଭାବନା । ଏସପି- ବିଏସପି ମେଂଟ ହେଲେ ମ୍ୟାଜିକ ନମ୍ବର ଛୁଇଁ ପାରିବନି ଏନଡିଏ ବୋଲି ସର୍ଭେରୁ ଜଣାପଡୁଛି । ଏହି ସର୍ଭେରୁ ଗୋଟିଏ କଥ। ଅନୁମେୟ ନିରଞ୍ଜନଙ୍କ ନେତୃତ୍ବରେ ଓଡିଶାରେ କଂଗ୍ରେସ ସକ୍ରିୟ ହେବାରେ ଲ।ଗିଛି ।

 

LEAVE A REPLY

Please enter your comment!
Please enter your name here