ରାଜ୍ୟର ୯ଟି ଜିଲ୍ଲାର୬୬ଟି ବ୍ଲକ୍ ଓ ୧୬ଟି ପୈାରାଂଚଳ ମରୁଡି ଦ୍ୱାରା ପ୍ରଭାବିତ ହୋଇଛି :ରାଜ୍ୟ ସରକାର

0
32

ଭୁବନେଶ୍ୱର:ରାଜ୍ୟର ୯ଟି ଜିଲ୍ଲାର୬୬ଟି ବ୍ଲକ୍ ଓ ୧୬ଟି ପୈାରାଂଚଳ ମରୁଡି ଦ୍ୱାରା ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ମରୁଡି ଘୋଷଣା କରିଛନ୍ତି । ଏହି ୬୬ଟି ବ୍ଲକ୍ ରେ ୧୧୮୬ ଗ୍ରାମ ପଂଚାୟତର ୫୬୩୩ ଗ୍ରାମରେ ଥିବା ୨୩୩ ୧୭୩.୮ ହେକ୍ଟର (୩୩%)ଫସଲ ନଷ୍ଟ ହୋଇଛି ବୋଲି ଓସଡମା ରାଜ୍ୟ ମରୁଡି ଆକଳନ ସେଲ (ଏସଡିଏମସି) ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେଇଛି । ମରୁଡି ପ୍ରଭାବିତ ଜିଲ୍ଲା ଗୁଡିକ ହେଲା ବରଗଡ , ବଲାଙ୍ଗୀର , ଦେବଗଡ , ଝାରସୁଗୁଡା , କଳାହାଣ୍ଡି , ନବରଙ୍ଗପୁର , ନୂଆପଡା , ସମ୍ବଲପୁର ଓ ସୁନ୍ଦରଗଡ । ଚଳିତ ବର୍ଷ ୫ ଟି ବ୍ଲକ୍ ରେ ୩୯ପ୍ରତିଶତରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଥିଲା । ଏହି ବ୍ଲକ୍ ଗୁଡିକ ହେଲା ବଲାଙ୍ଗୀର ଜିଲ୍ଲାର ମୁରୀବାହାଲ ,ଲୋଇସିଂହା ଓ ବେଲପଡା ଏବଂ ସୁନ୍ଦରଗଡ ଜିଲ୍ଲାର ସଦର ଓ ଟଙ୍ଗରାପଲ୍ଲୀ ବ୍ଲକ୍ । ଏସମ୍ପର୍କରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଏବଂ ଜିଲା୍ଲପାଳମାନଙ୍କୁ ରିଲିଫ୍ ଯୋଗାଇଦେବାକୁ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here