ପ୍ରଥମ ପର୍ଯ୍ୟାୟ ତାଲିକାରୁ ବାଦ୍‌ ପଡ଼ିଲେ ମଧ୍ୟ ପ୍ରଦେଶ ବିଜେପିର ବହୁ ବିଧାୟକ

0
597

ଭୋପାଳ: ଆସନ୍ତା ନଭେମ୍ବର ୨୮ରେ ମଧ୍ୟ ପ୍ରଦେଶ ବିଧାନସଭା ପାଇଁ ହେବାକୁ ଯାଉଥିବା ନିର୍ବାଚନ ସକାଶେ ବିଜେପି ପକ୍ଷରୁ ଏକ ୧୭୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ପ୍ରଥମ ପର୍ଯ୍ୟାୟ ତାଲିକାରେ ୩ ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସ୍ଥାନ ପାଇଥିଲେ ହେଁ ବର୍ତ୍ତମାନ ବହୁତ ବିଧାୟକଙ୍କ ଟିକେଟ କଟିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ନେଇ ଗଠିତ କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ୧୫ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିବାକୁ ସଂକଳ୍ପ କରିଥିବାରୁ ବିଜେପି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ଅଧିକ ଗୁରୁତ୍ବ ଦେଉଛି।୨୦୧୩ ନିର୍ବାଚନରେ ବିଜେପି ମଧ୍ୟ ପ୍ରଦେଶରେ ୪୫.୭ ପ୍ରତିଶତ ଭୋଟ୍ପାଇ ୧୬୫ ଆସନ ଜିତି କ୍ଷମତା ବଜାୟ ରଖିଥିଲା। କଂଗ୍ରେସ ୩୭.୧ ପ୍ରତିଶତ ଭୋଟ୍ ପାଇ ୫୮ଟି ଆସନ ଜିତି ବିରୋଧୀଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା। ଏପରି ଏକ ସ୍ଥିତିରେ ୨୦୧୯ ପୂର୍ବରୁ ବିଜେପି ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ସେମିଫାଇନାଲ୍ ଭାବେ ଗ୍ରହଣ କରିଛି। ଏଥିସହ ବିଜେପି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ମିଜୋରାମ ପାଇଁ ୨୪ ଜଣ ଓ ତେଲେଙ୍ଗାନା ପାଇଁ ୨୮ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏକ ସଙ୍ଗରେ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here