ଅମିତ ଶ।ହ।ଙ୍କ ନବୀନ ଏବେ ବିଜେଡ଼ିରେ

0
212

ଭୁବନେଶ୍ୱର : କିଛି ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ହୁଗୁଳାପଟ୍ଟାରୁ ମିଶନ ୧୨୦ ଆରମ୍ଭ ସମୟରେ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯେଉଁ ବ୍ୟକ୍ତିଙ୍କ ଘରେ କଦଳୀ ପତ୍ରରେ ଭୋଜନ କରିଥିଲେ ସେହି ବ୍ୟକ୍ତି ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେବ। ଏବେ ଆଲୋଚନାର ବିଷୟ ହୋଇଛି । ସେ ଏକଥା ମଧ୍ୟ କହିଛନ୍ତି ବିଜେପି ତାଙ୍କୁ ଦେଇଥିବା ୧ ଲକ୍ଷ ଟଙ୍କା ବି ଫେରାଇଦେବି ।

ଏଠାରେ ସୂଚନାଯୋଗ୍ୟ ୨୦୧୭ ଜୁଲାଇ ୪ରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ହୁଗୁଳାପଟ୍ଟାରୁ ମିଶନ ୧୨୦ ଅଭିଯାନ ଆରମ୍ଭ କରିଥିଲେ ଅମିତ ଶାହା  । ‘ମୋ ବୁଥ, ସବୁଠୁ ମଜବୁତ’ କାର୍ଯ୍ୟକ୍ରମ କରାଯିବା ସହ ହୁଗୁଳାପଟ୍ଟାର ବରା, ଆଳୁଚପ ବିକାଳୀ ନବୀନ ସ୍ୱାଇଁଙ୍କ ଘରେ ଆତିଥ୍ୟ ଗ୍ରହଣ କରି ଭୋଜନ କରିଥିଲେ  । ସେତେବେଳେ ଏହା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  । ବିଜେପିରେ ସାମିଲ ହେଲେ ନବୀନ ବୋଲି ପ୍ରଚାର ମଧ୍ୟ କରାଗଲା  । ହୁଗୁଳାପଟ୍ଟା ସରପଂଚ ପ୍ରଦୀପ ମଲାଣଙ୍କ ସମେତ ୨ ଶହରୁ ଅଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି  । ଆଉ ଏମାନଙ୍କ ମଧ୍ୟରେ ଥିଲେ ନବୀନ ସ୍ୱାଇଁ  । ଏହି ଘଟଣା ପରେ ବିଜେପିର ସଂଗଠନ ଉପରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here