ଆଜିଠାରୁ ୬ ସହରରେ ପ୍ଲାଷ୍ଟିକ୍ ବ୍ୟାନ୍

0
96

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ୍ ଉପରେ ରାଜ୍ୟ ସରକାର କଟକଣା ଜାରି କରିଥିବା ବେଳେ ଜନସଚେତନତା ପାଇଁ ଉତ୍ପାଦନକାରୀ ସଂସ୍ଥା ଓ ବିକ୍ରେତାଙ୍କ ନିମନ୍ତେ ଏକ ମାସ ମହଲତ ଦେଇଥିଲେ । ସମୟସୀମା ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୬ ସହର ଭୁବେନଶ୍ୱର, କଟକ, ବ୍ରହ୍ମପୁର, ରାଉରେକଲା, ସମ୍ବଲପୁର ଓ ପୁରୀ ସହରରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
ପ୍ଲାଷ୍ଟିକ୍ ଓ ପଲିଥିନ୍ ପ୍ରଚଳନ ବନ୍ଦ କରିବା ଲାଗି ଜୁଲାଇ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ନିଦେ୍ର୍ଦଶନାମା ଜାରି କରାଯାଇଛି । ଏହି ନିୟମ କଡାକଡି ଭାବେ ପାଳନ କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ଏକମାସ ମଧ୍ୟରେ ଉକ୍ତ ୬ ସହରରେ ଥିବା ବ୍ୟବସାୟୀ ସେମାନଙ୍କ ଗଚ୍ଛିତ ପଲିଥିନ୍କୁ ଖାଲି କରିବେ ।
ଚଳିତ ମାସ ୩୦ରୁ ବ୍ୟବସାୟୀ କୈଣସି ପଲିଥିନ୍ ବିକ୍ରି, ଆମଦାଦୀ ଓ ଗଚ୍ଛିତ ରଖିପାରିବେ ନାହିଁ । ନିୟମର ଖିଲାଫ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଖିଲାପକାରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବା ବ୍ୟବସ୍ଥା ରହିଛି । ସେହିଭଳି ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ଦୁଇରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିବା ଲାଗି ପୌର ଆଇନ୍ରେ ବ୍ୟବସ୍ଥା କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ନିଦେ୍ର୍ଦଶକ ଡ. କେ ମୁର୍ଗେସନ ସୂଚନା ଦେଇଛନ୍ତି ।
ବୁଧବାର ଦିନ ଗଣମାଧ୍ୟମକୁ ସୁଚନା ଦେଇ ଶ୍ରୀ ମୁର୍ଗେସନ କହିଥିଲେ ଯେ, ରାଜ୍ୟରେ ପ୍ଲାଷ୍ଟିକ୍ ନିଷିଦ୍ଧ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସେପ୍ଟ୍ମେ୍ବର ୪ରେ ଏକ ଡ୍ରାଫ୍ଟ ଅର୍ଡର ଜାରି କରାଯାଇଛି । ୨୦୧୪ ଜାନୁଆରୀ ୨୦ରେ ବିଭାଗ ପକ୍ଷରୁ ପଲିଥିନ୍ ଉପରେ କଟକଣା ଜାରି କରାଯାଇଥିଲା । ୨୦ ମାଇକ୍ରନ୍ରୁ କମ୍ ମୋଟେଇ ବିଶିଷ୍ଟ ପଲିଥିନ୍ ବ୍ୟାଗ୍ ବିକ୍ରି, ଆମଦାନୀ ଏବଂ ମହଜୁଦ ରଖାଯିବା ନିଷିଦ୍ଧ କରିବା ନିମନ୍ତେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଲେ ୨୦୧୬ ମସିହାରେ କେନ୍ଦ୍ର ସରକାର ପଲିଥିନ ଅଧିନିୟମରେ ସଂଶୋଧନ ଆଣିବାପରେ ରାଜ୍ୟ ସରକାର ୫୦ ମାଇକ୍ରନରୁ କମ୍ ମୋଟେଇ ବିଶିଷ୍ଟ ପଲିଥିନ ଉପରେ କଟକଣା ଲାଗୁ କରିଛନ୍ତି । ଏହି ନିୟମ ଅନୁଯାୟୀ ଏଣିକି କୌଣସି ବ୍ୟକ୍ତି ବା ବ୍ୟବସାୟୀ ପ୍ଲାଷ୍ଟିକ୍ ବ୍ୟବହାର, ବିକ୍ରି, ଉତ୍ପାଦନ, ଆମଦାନୀ ବା ଗଚ୍ଛିତ ରଖିପାରିବେ ନାହିଁ । ଏଥିସହିତ ୨୦୦ ମିଲିମିଟର ପ୍ଲାଷ୍ଟିକ ପାଣି ବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ୍ ପ୍ରସ୍ତୁତ ଥାଳି, କପ୍, ପ୍ଲେଟ, ଚାମଚ୍, ଗ୍ଲାସ୍, ଷ୍ଟ୍ର, ପାଣି ପାଉଚ୍ ଏବଂ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିଭଳି କୌଣସି ବ୍ୟକ୍ତି ଜାଣତରେ ବା ଅଜାଣତରେ ପ୍ଲାଷ୍ଟିକ୍ ପଦାର୍ଥ ଏଣେତେଣେ ଫିଙ୍ଗିପାରିବେ ନାହିଁ । ବିଭିନ୍ନ ଧାର୍ମିକ ପୀଠ, ହୋଟେଲ, ରେସ୍ତେରାଁ, ବିବାହ ମଣ୍ଡପ ଏବଂ ସରକାରୀ କାର୍ଯ୍ୟାଳୟଗୁଡିକରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ନିଦେ୍ର୍ଦଶକ ଶ୍ରୀ ମୁର୍ଗେସନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here