ସରକାରୀ ଡାକ୍ତରଖାନାର ଅପରେସନ ଥିଏଟରରେ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଛାଡିଲେ ଡାକ୍ତରାଣୀ

0
86

କୋରାପୁଟ : ଜୟପୁର ସରକାରୀ ମେଡିକାଲରେ ଡ଼।କ୍ତର।ଣୀଙ୍କ ସେଲଫି ନିଶା । ଅପରେସନ ଥିଏଟରରେ ସେଲଫି ନେଇ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଡ଼।କ୍ତର।ଣୀ । ଡାକ୍ତରଖାନାର ଅପରେସନ୍ ଟେବଲ ଉପରେ ପଡିଛନ୍ତି ରୋଗୀ ଆଉ ଏପଟେ  ସେଲଫି ନେବାରେ ବ୍ୟସ୍ତ ଡାକ୍ତରାଣୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଏବେ ସିଡିଏମ୍ଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସ।ରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପରେସନ୍ ଥିଏଟରରେ ଜଣେ ପ୍ରସୂତୀଙ୍କ ଅପରେସନ୍ କରୁଥିଲେ ଡାକ୍ତର ବି.ବି ତ୍ରିପାଠୀ, ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସାଧନା ଦାସ ଏବଂ ଡାକ୍ତର ସସ୍ମିତା ଦାସ । ତେବେ ଅପରେସନ୍ ଚାଲିଥିବା ବେଳେ ମୋବାଇଲ୍ ନେଇ ଭିତରକୁ ଯାଇଥିବା ଡାକ୍ତର ସସ୍ମିତା ଦାସ ସେଲଫି ଉଠାଇଥିଲେ । ଏସଂପର୍କରେ ସିଡିଏମ୍ଓ କଗିଛନ୍ତି, କୈଣସି ପରିସ୍ଥିତିରେ ଅପରେସନ ଥିଏଟର ଭିତରକୁ ସେଲଫି ନେବା ଭୁଲ  । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here