ଆଜି ଭାରତ- ୱେଷ୍ଟ ଇଣ୍ଡିଜ୍ ୫ମ ଦିନିକିଆ ମ୍ୟାଚ

0
54

ଥିରୁବନନ୍ତପୁରମ୍ : ବିରାଟ କୋହଲିଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ୍ ଜିତିବା ପାଇଁ ପ୍ରସ୍ତୁ୍ତ ହେଉଛି । ଗୁରୁବାର ଥିରୁବନନ୍ତପୁରମ୍ରେ ହେବାକୁ ଥିବା ୫ମ ତଥା ଅନ୍ତିମ ଦିନିକିଆରେ ଭାରତ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସିରିଜ୍ରେ ୨-୧ରେ ଆଗୁଆ ରହିଥିବା ଭାରତ ଅନ୍ତିମ ମୁକାବିଲାରେ ପୁଣି ଥରେ କମାଲ କରିବା ପାଇଁ ଯାଉଛି । ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ଲଗାତାର ମଜଭୂତ ପ୍ରଦର୍ଶନ କରିଛନ୍ତି । କୋହଲି, ରୋହିତ ଶର୍ମା, ଓ ଅମ୍ବାତି ରାଇଡୁ ନିଜର ପ୍ରଦର୍ଶନ ଦ୍ୱାରା ଦଳକୁ ମଜଭୂତ ସ୍ଥିତିରେ ପହଞ୍ଚାଇଛନ୍ତି । ତେଣୁ ପୁଣି ଥରେ ମଜଭୂତ ବ୍ୟାଟିଂ ଦ୍ୱାରା ଭାରତ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ଏହା ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଅଷ୍ଟମ ଦିନିକିଆ ସିରିଜ୍ ଜିତିବା ପାଇଁ ଭାରତ ସ୍ୱପ୍ନ ବିକୁଛି । ଶେଷ ଥର ପାଇଁ ୨୦୦୬ରେ ୱେଷ୍ଟଇଣ୍ଡିଜ୍ ଭାରତୀୟ ଦଳ ବିପକ୍ଷରେ ଘରୋଇ ମାଟିରେ ସିରିଜ୍ ଜିତିଥିଲା । ଗୁରୁବାର ହେବାକୁ ଥିବା ମ୍ୟାଚରେ ବର୍ଷା ମଧ୍ୟ ବାଧକ ସାଜିବାର ସମ୍ଭାବନା ରହିଛି । ସେଥିପାଇଁ ମଧ୍ୟ ଦୁଇ ଦଳ ପ୍ରସ୍ତୁତ ରହିଛନ୍ତି । ୱେଷ୍ଟଇଣ୍ଡିଜ୍ ଏହି ସିରିଜ୍ ଜିତିବାରେ ସଫଳ ନହେଲେ ମଧ୍ୟ ସିରିଜ୍କୁ ବରାବର କରିବା ପାଇଁ ଚେଷ୍ଟା କରିବ । ଦଳର ୨ ବ୍ୟାଟ୍ସମ୍ୟାନ ସିମ୍ରନ ହେଟ୍ ମେୟର ଓ ସାଇ ହୋପ୍ ଏହି ସିିରିଜ୍ରେ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଏହି ୨ ଜଣ ଭାରତୀୟ ବୋଲରମାନଙ୍କୁ ଚତୁୁରତାର ସହ ସାମ୍ନା କରିଛନ୍ତି । ସେହିଭଳି ଦଳର ସ୍ପିନର ଆସଲେନର୍ସ ମଧ୍ୟ ୱେଷ୍ଟଇଣ୍ଡିଜ୍ ପାଇଁ ମହତ୍ୱପୂର୍ଣ୍ଣ ବୋଲିଂ ପ୍ରଦର୍ଶନ କରିଥିଲେ । ଅନ୍ତିମ ଦିନିକିଆରେ ଉଭୟ ଦଳ ନିଜ ସର୍ବଶ୍ରେଷ୍ଠ ଖେଳ ଦେଖାଇବାକୁ ଚେଷ୍ଟା କରିବେ ।

LEAVE A REPLY

Please enter your comment!
Please enter your name here