ଆଜି କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଦର୍ଶନୀ ହକି ମ୍ୟାଚ

0
25

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଗୁରୁବାର ଓଡ଼ିଶା ଏକାଦଶ ଏବଂ ନ୍ୟୁ ସାଉଥ୍ ୱେଲ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ ଦଳ ମଧ୍ୟରେ ପ୍ରଦର୍ଶନୀ ହକି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ୨ ଦଳ ମଧ୍ୟରେ ୨ଟି ମ୍ୟାଚ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚ ୪ ତାରିଖରେ ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଖେଳାଯିବ । ଏଥିନେଇ ବୁଧବାର କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଠାରେ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ, ଓଡ଼ିଶା ହକିର ପ୍ରଚାର ପ୍ରସାର ପାଇଁ ଲଗାତାର ପ୍ରୟାସ ଜାରି ରଖିଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଯେ କୌଣସି ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ କରାଯାଇଛି । ହକି ବିଶ୍ୱକପ୍ ପୂର୍ବରୁ ଏହି ପ୍ରଦର୍ଶନୀ ମ୍ୟାଚ ମାଧ୍ୟମରେ ଅନେକ ଅନ୍ତରାଷ୍ଟ୍ରୀୟ ଖେଳାଳି ନବନିର୍ମିତ କଳିଙ୍ଗ ଷ୍ଟାଡିୟମରେ ଖେଳିବାର ସୁଯୋଗ ପାଇବେ । ଏହି ପ୍ରଦର୍ଶନୀ ମ୍ୟାଚରେ ଦିପ୍ସାନ ତିର୍କୀ, ନିଲାମ ସଞ୍ଜିବ ଓ ରୋସନ ମିଞ୍ଜଙ୍କ ଭଳି ପ୍ରତିଷ୍ଠିତ ଖେଳାଳିମାନେ ଅଂଶଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here