ଷଣ୍ଢଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

0
48

ଢେଙ୍କାନାଳ : ଗତକାଲି ର।ତି ଢେ଼ଙ୍କାନାଳ ସହରରେ ଦୁଇଟି ଷଣ୍ଢ ଆକ୍ରମଣରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଢେଙ୍କାନାଳ ସହରରେ ଗଜ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ରାତିପ୍ରାୟ ୧୦ଟା ସମୟରେ ୨ଟି ଷଣ୍ଢ ଲଢେଇ କରୁଥିବାବେଳେ ଆକ୍ରମଣରେ ଯୁବକଙ୍କ ପ୍ରାଣ ଯାଇଛି । ମୃତକ ହେଲେ ଦକ୍ଷିଣକାଳି ଅଞ୍ଚଳରେ ଚିତ୍ତରଞ୍ଜନ ପାଣି । ସୂଚନା ମୁତ।ବକ ପୂଜା ଯୋଗୁ ଟ୍ରାଫିକ ଭିଡରେ ଫଶି ଯାଇଥିଲେ ଚିତ୍ତରଞ୍ଜନ । ଦୁଇଟି ବୁଲା ଷଣ୍ଢ ଲଢେଇଙ୍କ ହାବୁଡରେ ପଡି ଯାଇଥିଲେ । ଷଣ୍ଢ ଆକ୍ରମଣରେ ଗୁରୁତର ହୋଇ ଯାଇଥିବା ଚିତ୍ତରଞ୍ଜନଙ୍କୁ ସ୍ଥାନୀୟ ଲୋକ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବ। ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here