ଅାଜି ଗାଁକୁ ଅାସିବ ଅଚ୍ୟୁତାନନ୍ଦଙ୍କ ମରଶରୀର

0
101

ବଲାଙ୍ଗିର  : ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଅାକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ଅାଜି ତାଙ୍କ  ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ଅାସିବ । ଛତିଶଗଡ଼ ଦନ୍ତେଓ୍ୱାଡ଼ା ଅରନ୍‌ପୁରରେ ନକ୍ସଲ ଅାକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍‌ର କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ ବେଳେ ମାଓବାଦୀଙ୍କ ଅାକ୍ରମଣର ଶିକାର ଥିଲେ ଅଚ୍ୟୁତ। ତାଙ୍କ ସହିତ ୨ ଜଣ ସିଆର୍‌ପିଏଫ୍ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସମସ୍ତଙ୍କୁ ଗତକାଲି ଗାର୍ଡ ଅଫ୍ ଅନର୍ ଦିଅାଯାଇଥିଲା। ଦନ୍ତେଓ୍ୱାଡା ଏସ୍‌ପିଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଅାଗରୁ ସେନା ବାହିନୀରେ ଥିଲେ ଅଚ୍ୟୁତ। ସ୍ୱେଚ୍ଛାକୃତ ଅବସର ନେବା ପରେ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟରେ  ପାଠ ପଢ଼ିଥିଲେ। ତା ପରେ ସେ ୨୦୧୩ରୁ ନୂଅାଦିଲ୍ଲୀରେ ଦୂରଦର୍ଶନ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ।

 

LEAVE A REPLY

Please enter your comment!
Please enter your name here