ହ।ତୀ ଲାଞ୍ଜ ଟ।ଣି ଗିରଫ ହେଲେ ଯୁବକ

0
53

କେନ୍ଦୁଝର: ହ।ତୀ ଲାଞ୍ଜ ଟ।ଣି ଗିରଫ ହେଲେ ଯୁବକ । ଜଙ୍ଗଲ ଭିତରେ ବଣୁଆ ହାତୀର ଲାଞ୍ଜ ଟାଣି ସୋସିଆଲ ମିଡ଼ିଆରେ ଭିଡ଼ିଓ ଭ।ଇର।ଲ କରିବା ଘଟଣାରେଚମ୍ପୁଆ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ସୂଚନା ମୂତ।ବକ ଚମ୍ପୁଆ ରେଞ୍ଜ୍‌ ଅଧୀନ ରଜିଆ ପଞ୍ଚାୟତ କଇଁତା ଗାଁ ଜଙ୍ଗଲରେ ୨୩ଟି ହାତୀ ଥିଲେ। ହାତୀକୁ ଘଉଡାଇବାକୁ ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ଭିଡ ଜମାଇଥିବା ବେଳେ
ଗିରଫ ହୋଇଥିବା ୩ଜଣ ଯୁବକ ହାତୀ ପଛକୁ ଯାଇ ବାଡିରେ ହ।ତିକୁ ପିଟିବ।କୁ ଚେଷ୍ଟା କରୁଥିବା ଭିଡ଼ିଓରେ ଦେଖିବ।କୁ ମିଳିଥିଲା ।

ଏଥିସହ ଜଣେ ହାତୀର ଲାଞ୍ଜ ଟାଣିବାକୁ ବାରମ୍ବାର ଉଦ୍ୟମ କରିଥିଲା। ସେହି ହାତୀ ନିକଟରେ ଅନ୍ୟ ହାତୀ ଥିଲେ ମଧ୍ୟ ଯୁବକମାନେ ହାତୀକୁ ହଇରାଣ କରିବାକୁ ପଛାଇ ନଥିଲେ। ଏପରିକି ଯୁବକମାନେ ପୂରା ଘଟଣାର ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସୋଶାଲ୍‌ ମିଡିଆରେ ଭ।ଇର।ଲ କରିବା ଦ୍ବାରା ଏହ। ବନ ବିଭାଗ ନଜରକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here