ବେଙ୍ଗଲୀ ଗୀତ ଗାଇବାରୁ ଶାନଙ୍କୁ ଆକ୍ରମଣ

0
63
ଗୁଆହାଟୀ: ବଲିଉଡ ଗାୟକ ଶାନ୍‌ଙ୍କ ଉପରେ ଆକ୍ରମଣ ଆସାମର ଗୌହାଟିରେ ଏକ ଲାଇଭ କନସର୍ଟରେ ବିଲିଉଡର ଲୋକପ୍ରିୟ ଗାୟକ ଶାନଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମରେ ଉପସ୍ଥିତ କିଛି ଦର୍ଶକ ତାଙ୍କ ଉପରକୁ ପଥର ଓ କାଗଜ ଗୁଳା ଫିଙ୍ଗିଥିବା କୁହାଯାଉଛି।
ଶାନ୍‌ ଶୋ’କୁ ଅଧାରୁ ଛାଡି ପଳାଇଥିଲେ। ସୂଚନାଯୋଗ୍ୟ ଅକ୍ଟେବର ୨୮ରେ ଗୁଆହାଟୀରେ ଆୟୋଜିତ ଏକ କନସର୍ଟରେ ଭାଗ ନେବାକୁ ଆସାମ ଯାଇଥିଲେ ଶାନ୍‌। ଷ୍ଟେଜ୍‌ରେ ସେ ଏକ ବଙ୍ଗାଳୀ ଗୀତ ଗାଉଥିବାବେଳେ ଦର୍ଶକମାନେ ଏହା ପଶ୍ଚିମବଙ୍ଗ ନୁହେଁ, ଆସାମ ବୋଲି କହି ଦର୍ଶକମାନେ ତାଙ୍କ ଉପରୁ ପଥର ଫିଙ୍ଗିଥିଲେ।ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶାନ୍ କାର୍ଯ୍ୟକ୍ରମରେ ବେଙ୍ଗଲୀ ଗୀତ ଗାଇବାକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ପରିସ୍ଥିତିକୁ ଦେଖି ଶାନ୍‌ ଶୋ’ ଛାଡି ପଳାଇଥିଲେ। ପରେ ଆୟୋଜକଙ୍କ ପକ୍ଷରୁ ଶାନ୍‌ଙ୍କୁ କ୍ଷମା ମାଗିବା ସହ ଅଭିଯୁକ୍ତ ଦର୍ଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here