ବଢିଲା ସର୍ବନିମ୍ନ ମଜୁରୀ ହାର

0
278

ଭୁବନେଶ୍ୱର :ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରିଛନ୍ତି । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର ବଢୁଥିବାର ସୂଚନା ମିଳୁଛି । ତେବେ ତିନି ବର୍ଷ ପରେ ଶ୍ରମିକଙ୍କ ଏହି ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ ହୋଇଛି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।ଏହାସହ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନମ୍ନ ମଜରୀ ୨୪୦ ଟଙ୍କାରୁ ୩୭୦ ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ଦୈନିକ ସର୍ବନିମ୍ନ ମଜୂୁରୀ ୨୬୦ରୁ ୪୩୦ ଅର୍ଥାତ୍ ୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here