୧୦ ଦିନ ଭିତରେ ୧୧ ଥର ପାଇଁ କମିଲା ପେଟ୍ରୋଲ୍- ଡିଜେଲ୍ ଦର

0
208

ନୂଆଦିଲ୍ଲୀ: କିଛି ମାସ ତଳେ ଲଗାତର ଭାବେ ତୈଳ ଦର ବୃଦ୍ଧି ପାଇଚାଲିଥିବାରୁ ଏହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା।
ତେବେ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ କିଛିଟା ଆଶ୍ବସ୍ତିକର ଖବର ଜାରି ରହିଛି। ଗତ ଅକ୍ଟୋବର ୧୮ ତାରିଖଠାରୁ ତୈଳ ଦର ଲଗାତର
ଭାବେ ହ୍ରାସ ପାଇଚାଲିଛି। ଇତିମଧ୍ୟରେ ଏକାଦଶ ଥର ପାଇଁ ତୈଳ ଦର ହ୍ରାସ ପାଇଥିବା ବେଳେ ଦୁଇ ମାସ ମଧ୍ୟରେ ଦର ସର୍ବନିମ୍ନ ସ୍ତରରେ
ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଥିବାରୁ ଏହାର ଫାଇଦା ଜନସାଧାରଣଙ୍କୁ ମିଳୁଛି। ରବିବାର ପେଟ୍ରୋଲ୍
ଦର ୪୦ ପଇସା ଓ ଡିଜେଲ୍ ଦର ୩୩ ପଇସା ହ୍ରାସ ହୋଇଛି।ଏହି ହ୍ରାସ ଫଳରେ ଦିଲ୍ଲୀରେ ବର୍ତ୍ତମାନ
ତୈଳ ଦର ଲିଟର ପିଛା ୮୦ ଟଙ୍କା ୫ ପଇସାକୁ କମିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୭୪ ଟଙ୍କା ୫ ପଇସାକୁ
ଖସିଆସିଛି ବୋଲି ତୈଳ ଯୋଗାଣକାରୀ କମ୍ପାନୀମାନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଲଗାତର ୧୧ ଥର ତୈଳ ଦର ହ୍ରାସ ପାଇବା
ଫଳରେ ପେଟ୍ରୋଲ୍ ଲିଟର ପିଛା ୨ ଟଙ୍କା ୭୮ ପଇସା ଓ ଡିଜେଲ୍ ଲିଟର ପିଛା ୧ ଟଙ୍କା ୬୪ ପଇସା କମିଛି।
ଗତ ଅକ୍ଟୋବର ୪ ତାରିଖରେ ପେଟ୍ରୋଲ୍ ଲିଟର ପିଛା ୮୪ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୫ ଟଙ୍କା ୪୫
ପଇସାରେ ପହଞ୍ଚିଯାଇଥିଲା। ଉକ୍ତ ଦିନ ଦେଶବାସୀଙ୍କୁ ତୈଳ ଦରରୁ ସାମୟିକ ଆଶ୍ବସ୍ତି ଦେବା ସକାଶେ କେନ୍ଦ୍ର ସରକାର ୨ ଟଙ୍କା ୫୦
ପଇସା କମାଇଥିଲେ। ସେଥିରୁ ଦେଢ଼ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ବାବଦ ଥିବା ବେଳେ ବାକି ୧ ଟଙ୍କା ତୈଳ ଯୋଗାଣକାରୀ କମ୍ପାନୀ ଛାଡ଼
କରିବାକୁ କୁହାଯାଇଥିଲା। ଏହି କାରଣରୁ ଅକ୍ଟୋବର ୫ରେ ପେଟ୍ରୋଲ୍ ଦର ଲିଟର ପିଛା ୮୧ ଟଙ୍କା ୫୦ ପଇସାକୁ ଖସିଥିବା
ବେଳେ ଡିଜେଲ୍ ଲିଟର ପିଛା ୭୨ ଟଙ୍କା ୯୫ ପଇସାକୁ କମିଆସିଥିଲା।

LEAVE A REPLY

Please enter your comment!
Please enter your name here