ଆଜିଠୁ ଜେଲ୍‌ରେ ଖୋଲିବ କ୍ୟାମ୍ପ୍‌ କୋର୍ଟ

0
26

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜେଲ୍ ଗୁଡ଼ିକରେ କ୍ୟାମ୍ପ୍‌ କୋର୍ଟ ଖୋଲିବ । ଏଥିରେ ଛୋଟବଡ଼ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ୨ମାସର କୋର୍ଟ ବନ୍ଦ ପରେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେବ ବିଜେଡି ଲିଗାଲ୍ ଫ୍ରଣ୍ଟ୍‌। ତେବେ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍‌ ଓହରିଯିବା ପରେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି।

 

LEAVE A REPLY

Please enter your comment!
Please enter your name here