ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

0
32

ଭଦ୍ରକ : ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି  ଏହି ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ।ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ  ଜିଲ୍ଲା ବିଜେଡି, ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ତେବେ ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିଛି । ଆନ୍ଦୋଳନକାରୀଙ୍କ ଦ୍ବାରା ବନ୍ତ ଛକ ଓ ନୂଆ ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରାଯାଇଛି ।  ଧାମନଗର, ଭଣ୍ଡାରିପୋଖରୀରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଏହା ଛଡା ଭଦ୍ରକ ରେଳଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ । ଭଦ୍ରକ-ବାଲୁଗାଁ ଡିଏମୟୁ ଓ ଯାଜପୁର-ହାୱଡା ପାସେଞ୍ଜେର ଟ୍ରେନ୍ ଅଟକି ରହିଛି ।ବନ୍ଦ ବେଳେ କୌଣସି ହିଂସାକାଣ୍ଡ ନ ଘଟାଇବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। ଏମିତି କି ରାସ୍ତାରେ ଟାୟାର ନ ଜାଳିବାକୁ ମଧ୍ୟ କୁହାଯାଇଛି।

LEAVE A REPLY

Please enter your comment!
Please enter your name here