ବିପଦରେ ଧୋନିଙ୍କ କ୍ୟାରିଅର

0
154

ମୁମ୍ବାଇ: ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା । କିନ୍ତୁ ସମୟ ବଦଳିଛି । ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର । ପୂର୍ବରୁ ଟେଷ୍ଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍ ଖେଳୁଥିବା ଧୋନି ଗତକାଲି ବିଭିନ୍ନ ଟି-୨୦ ସିରିଜ୍ ପାଇଁ ଘୋଷିତ ଦଳରେ ସ୍ଥାନ ନପାଇବା ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା । ହୁଏତ ପୂର୍ବରୁ କେବେ ଆହତ ଜନିତ କାରଣ ପାଇଁ ଏବଂ ବିଶ୍ରାମ ପାଇଁ ସେ ହୁଏତ କିଛି ସିରିଜ୍ ଖେଳିନଥିବେ । କିନ୍ତୁ ଏଥର ପ୍ରଥମ ଥର ତାଙ୍କୁ ବାଦ୍ ଦିଆଯାଇଛି । ଏହି ବାବଦରେ ଉ ର ରଖିଛନ୍ତି ମୁଖ୍ୟ ଚୟନକ ର୍ା ଏମ୍ଏସ୍କେ ପ୍ରସାଦ ।
ପ୍ରସାଦ୍ କହିଛନ୍ତି, ଧୋନି ଆଗାମୀ ୬ଟି ଟି-୨୦ ଖେଳିବେନି, କାରଣ ଆମେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସ୍ଥାନ ପାଇଁ ବିକଳ୍ପ ତିଆରି କରୁଛୁ । ସେଥିପାଇଁ ଆମେ ରିଷଭ୍ ପନ୍ତ ଏବଂ ଦିନେଶ କା ିର୍କଙ୍କୁ ବାଛିଛୁ । ସେମାନେ ଉଭୟ ବ୍ୟାଟିଂ ଏବଂ କିପିଂରେ ନିଜକୁ ପ୍ରସ୍ତୁତ କରିବାକୁ ସୁଯୋଗ ପାଇପାରିବେ । କିନ୍ତୁ ଏହା ଧୋନିଙ୍କ କ୍ୟାରିଅର ଅନ୍ତ ନୁହେଁ ।
ଯଦିଓ ଏଭଳି ସଫେଇ ଦେଇ ପ୍ରସାଦ ଖସିଯିବାର ଭଲ ପ୍ରୟାସଟିଏ କରିଛନ୍ତି, କିନ୍ତୁ କ୍ଷୁଦ୍ରତମ କ୍ରିକେଟ୍ ଫର୍ମାଟରେ ଧୋନିଙ୍କ ଭବିଷ୍ୟତ ବାବଦରେ ବିଶେଷଜ୍ଞମାନଙ୍କର ଏବଂ ଧୋନିପ୍ରେମୀଙ୍କର ମତ ଟିକେ ନିଆରା ରହିଛି ।

LEAVE A REPLY

Please enter your comment!
Please enter your name here