ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଢେଙ୍କାନାଳରେ ୭ଟି ହାତୀ ମୃତ

0
36

ଢେଙ୍କାନାଳ :  ଢେଙ୍କାନାଳ ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ବିଦ୍ୟୁତ୍ ତାର ଲାଗି ୭ଟି ହାତୀ ମୃତ ଘଟିଛି । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମରିଥିବା ଆଶଙ୍କା କରାଯାଉଛି । ହାତୀପଲରେ ୧୩ରୁ ଅଧିକ ହାତୀ ଥିଲେ । ହାତୀ ପଲ ରେଲୱେ ଟ୍ରାକ୍ ଅତିକ୍ରମ କରିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ୭ହାତୀ ମରି ପଡିଥିବା ବେଳେ ଅନ୍ୟମାନେ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିବା ଅନୁମାନ କରାଯାଉଛି । ହାତୀଙ୍କ ମୃତଦେହ ଦେଖି ସ୍ଥାନୀୟ ଗାଁ ଲୋକ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚିଛନ୍ତି । ହାତୀ ମୃତ୍ୟୁର କାରଣ ନେଇ ତଦନ୍ତ ହେବ । ତେବେ ପ୍ରାଥମିକ ଭାବରେ ଜଣା ପଡୁଛି ବିଦ୍ୟୁତ୍ ତାର ଲାଗି ୭ ହାତୀଙ୍କ ମୃତ୍ୟୁ ହୋଇଛି । ରେଲୱେ ଟ୍ରାକ୍ ପାଇଁ ବିଛା ଯାଇଥିବା ତାର ଲାଗି ହାତୀ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ରେଳ ବିଭାଗ ଏହାକୁ ଖଣ୍ଡନ କରିଛି ।

 

 

LEAVE A REPLY

Please enter your comment!
Please enter your name here