ଯୁକ୍ତ୨ ଏକ୍ସ ରେଗୁଲାର୍‌ ଫର୍ମ ପୂରଣ ୨୯ରୁ

0
24

ଭୁବନେଶ୍ବର: ୨୦୧୯ ମାର୍ଚ୍ଚ ପ୍ରାଥମ ସପ୍ତାହରେ ହେବାକୁ ଥିବା ଯୁକ୍ତ୨ ଏକ୍ସ ରେଗୁଲାର୍ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ନିମନ୍ତେ
ଆସନ୍ତା ୨୯ ତାରିଖରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଇ) ପକ୍ଷରୁ ସମସ୍ତ ଜୁନିୟର କଲେଜ
ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରୀଛାତ୍ରଙ୍କୁ ନୋଟିସ୍ ମାଧ୍ୟମରେ ଜଣାଇ ଦିଆଯାଇଛି। ଅକ୍ଟୋବର ୨୯ରୁ ନଭେମ୍ବର
୩ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ବିନା ଜରିମାନାରେ ଫର୍ମପୂରଣ କରିପାରିବେ। ନଭେମ୍ବର ୫ରୁ ୧୦ ତାରିଖ ମଧ୍ୟରେ ୫୦ ଟଙ୍କା ଓ ନଭେମ୍ବର
୧୧ରୁ ୧୪ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ ଦେୟ ୫୨୦ ଟଙ୍କା
ରଖାଯାଇଛି। ଯେଉଁ ଛାତ୍ରୀଛାତ୍ରଙ୍କ ପ୍ରାକ୍ଟିକାଲ ପେପର୍ ଥିବ, ସେମାନଙ୍କୁ ପେପର୍ ପିଛା ଅତିରିକ୍ତ ୨୦ ଟଙ୍କା ଦେବାକୁ ପଡ଼ିବ ବୋଲି
ସିଏଚ୍ଏସ୍ଇ ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here