ସରପଞ୍ଚ ପ୍ର।ର୍ଥୀଙ୍କ ପ।ଇଁ କଠୋର ହେଲେ ସୁପ୍ରିମକୋର୍ଟ

0
4309

ନୂଆଦିଲ୍ଲୀ:ଓଡ଼ିଶାର ଜଣେ ଆଦିବାସୀ ସରପଞ୍ଚଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏପରି ଏକ ର।ୟ ଦେଇଛନ୍ତି ଯେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲଢି ପାରିବେନି । ଏହା ସହ ଯଦି କୌଣସି ପଞ୍ଚାୟତ ପ୍ରତିନିଧି ଥିବା ବ୍ୟକ୍ତିଙ୍କ ତୃତୀୟ ସନ୍ତାନ ଜନ୍ମ ନିଏ ତେବେ ମଧ୍ୟ ସେ ଏହି ପଦ ପାଇଁ ଅଯୋଗ୍ୟ ଘୋଷିତ ହେବେ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତୃତୀୟ ସନ୍ତାନ ଜନ୍ମନେବା ମାତ୍ରେ ହିଁ ପଞ୍ଚାୟତ ପ୍ରତିନିଧି ସ୍ୱତଃ ନିଜ ପଦ ପାଇଁ ଅଯୋଗ୍ୟ ହୋଇଯିବେ । ଜଣେ ଆଦିବାସୀ ସରପଞ୍ଚଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସରପଞ୍ଚ ଜଣକ ଆବେଦନ କରିଥିଲେ ଯେ, ତାଙ୍କ ୩ ସନ୍ତାନଙ୍କ ମଧ୍ୟରୁ ଜଣଙ୍କୁ ପୋଷ୍ୟପୁତ୍ରଭାବେ ଅନ୍ୟ ଜଣଙ୍କୁ ଦେଇ ସାରିଛନ୍ତି । ତେଣୁ ସେ ନିଜ ପଦବୀରେ ରହିପାରିବେ । କିନ୍ତୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ଯେ, ତୃତୀୟ ସନ୍ତାନ ଜନ୍ମ ଦେବା ମାତ୍ରେ ହିଁ ସମ୍ପୃକ୍ତ ପିଲାର ବାପା କିମ୍ବା ମା ସ୍ୱତଃ ନିଜ ପଦ ପାଇଁ ଅଯୋଗ୍ୟ ହୋଇଯିବେ ।

 

LEAVE A REPLY

Please enter your comment!
Please enter your name here