ତନୁଶ୍ରୀ ହେଉଛନ୍ତି ଜଣେ ଲେସ୍‌ବିଆନ୍‌,ମୁଁ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛି:ରାକ୍ଷୀ ସାୱନ୍ତ

0
377

ନୂଆଦିଲ୍ଲୀ: “ମି ଠୁ” ର ଏକ ନୂଆ ମୋଡ ସୃଷ୍ଟି ହୋଇଛି । ଯାହା ସଂପୂଣ୍ଣ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଅଭିଯୋଗ ହୋଇଛି । ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଉପରେ ଏକ ପାଲଟା ବଡ ଅଭିେଯାଗ ଆସିଛି । ଯୌନ ନିର୍ଯାତନା ନେଇ ପ୍ରଥମେ ନାନାପାଟେକରଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଆଇଟମ୍‌ ଗର୍ଲ ରାକ୍ଷୀ ସାୱନ୍ତ ସମାଲୋଚନା କରିବା ପରେ ଏବେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ରାକ୍ଷୀ ସାୱନ୍ତଙ୍କ ବିରୋଧରେ ତନୁଶ୍ରୀ ମାନହାନି ମାମଲା କରିବା ପରେ ଏହି ବିବାଦ ଆହୁରି ଘନେଇଛି । ତନୁଶ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାକ୍ଷୀ । କହିଛନ୍ତି ‘ମତେ ୧୨ ବର୍ଷ ପୂର୍ବରୁ ତନୁଶ୍ରୀ ଦତ୍ତ ଦୁଷ୍କର୍ମ କରିଥିଲେ । ରାକ୍ଷୀ କହିଛନ୍ତି ଯେ, “ତନୁଶ୍ରୀ ଭିତରୁ ଜଣେ ପୁଅ ଅଟନ୍ତି । ସେ ମୋ ସହିତ ବାରମ୍ୱାର ଦୁଷ୍କର୍ମ କରିଛନ୍ତି । ସେ ଜଣେ ଲେସ୍‌ବିଆନ୍‌ ।” ଏକ ସାମ୍ୱାଦିକ ସମ୍ମିଳନୀରେ ରାକ୍ଷୀ ଏମିତି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ଆହୁରି କହିଛନ୍ତି ଯେ,“ମୋ ସହିତ ଏମିତି କୁତ୍ସିତ ଘଟଣା ଘଟିଥିଲେ ମଧ୍ୟ ଏ କଥା କହିବା ପାଇଁ ମତେ ଖୁବ୍‌ ଲାଜ ଏବଂ ଦୁଃଖ ଲାଗୁଛି । ଆଜକୁ ୧୨ ବର୍ଷ ପୂର୍ବେ ମୋ ସହିତ ବଳାତ୍କାର ହୋଇଥିଲା । ଜଣେ ଝିଅ ହୋଇଥିବା ସତ୍ତ୍ୱେ ଏପରି କଥା କହିବା ପାଇଁ ମତେ ଲାଜ ଲାଗୁଛି । ରାକ୍ଷୀ କହିଛନ୍ତି, “ମୋ ଆଖିରେ ଲୁହ ଅଛି ଏବଂ ମୋ ହୃଦୟ କଷ୍ଟ ପାଉଛି। ମୁଁ ଭିତରୁ କଷ୍ଟ ପାଉଥିଲେ ମଧ୍ୟ ମୋ ସହିତ ଘଟିଥିବା ନିର୍ଯାତନା ବିଷୟରେ ମୁଁ ମୁହଁ ଖୋଲୁ ନ ଥିଲି । କିନ୍ତୁ ବଲିଉଡ୍‌କୁ ବଦ୍‌ନାମ କରାଯାଉଛି । ସମସ୍ତ ଝିଅ ବହିଯାଉଥିବା ଗଙ୍ଗାରେ ହାତ ଧୋଉଛନ୍ତି। ଏଥିପାଇଁ ମୋତେ ଲାଗୁଛି। ମୋର ମୁଁହ ଖୋଲିବାର ସମୟ ଆସିଛି । ମୁଁ ଯେଉଁ ସବୁ ଅନ୍ୟାୟ, ଅତ୍ୟାଚାରରେ ଶିକାର ହୋଇଥିଲି ସେ ବିଷୟରେ ମୁହଁ ନ ଖୋଲିବାକୁ ଧମକ ଦିଆଯାଇଥିଲା । ଏମିତିକି ଜୀବନରୁ ମାରି ଦିଆଯିବ ବୋଲି ଚେତାବନୀ ଦିଆଯାଥିଲା । ପୁଲିସ୍‌ ଷ୍ଟେସନ୍‌ରେ ମୁଁ ମାମଲା ଦାୟର୍ କରିସାରିଛି । ତନୁଶ୍ରୀ ମତେ ବାରମ୍ୱାର ବଳାତ୍କାର କରିଛନ୍ତି । ତାଙ୍କର କହିବା ଅନୁସାରେ, ବହୁତ ‘ମି ଠୁ’ ‘ମି ଠୁ’ ହୋଇଗଲା । ବର୍ତ୍ତମାନ #shetoo ଲଗାଇବା ପାଇଁ ସମୟ ଆସିଛି । ସେ କହିଛନ୍ତି, ଆପଣଙ୍କୁ କଣ ଲାଗୁଛି, ତନୁଶ୍ରୀ ଦତ୍ତ କ’ଣ ପାଇଁ ଲଣ୍ଡା ହୋଇଥିଲେ? ସେ ଜଣେ ଝିଅ ନୁହଁନ୍ତି ଭିତରୁ ସେ ଏକ ପୁଅ ଅଟନ୍ତି । ୧୨ ବର୍ଷ ପୂର୍ବରେ ସେ ମୋର ଭଲ ସାଙ୍ଗ ଥିଲେ ଏବଂ ମୋ ସହିତ ବାରମ୍ୱାର ଦୁଷ୍କର୍ମ କରିଥିଲେ। ମତେ ବିଭିନ୍ନ ପାର୍ଟିକୁ ନେଇ ଯାଉଥିଲେ। ଏହି କଥା ଲାଜରେ ମୁଁ ଆଜି ପର୍ଯ୍ୟନ୍ତ କହିପାରିନଥିଲି ।” ତେବେ ସାମ୍ବାଦିକ ସମ୍ମିଳନୀରେ ରାକ୍ଷୀ ସଂସ୍କାରୀ ବେଶରେ ଥିବା ନଜରକୁ ଆସିଥିଲେ । ଏଥିରେ ତାଙ୍କୁ ବଧୂ ବେଶରେ ଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here