ମନ୍ତ୍ରୀ ରମେଶ ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ

0
99

ଉମରକୋଟ : ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ଅଭିଯୋଗ। ‘ଅାମ ଗାଁ ଅାମ ବିକାଶ’ ଯୋଜନାରେ ଏକ କମ୍ୟୁନିଟି ସେଣ୍ଟର ଉଦଘାଟନ ପାଇଁ ଅନୁସୂଚନିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉମରକୋଟ ବ୍ଲକ୍ ମୁଣ୍ଡିଗୁଡା ଗାଁକୁ ଯାଉଥିଲେ।

ତେବେ ଗାଁରେ ପଶିବା ପୂର୍ବରୁ ଉଭୟ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି କିଛି କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିଲେ। ଏ ଘଟଣାରେ ପୁଲିସ ୩ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।ସେପଟେ ଅଣ୍ଡାମାଡ଼ କରିଥିବା କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀମାନେ ପିଟିଥିବା ଅଭିଯୋଗ ବି ହୋଇଛି। ନେଉରା ପଞ୍ଚାୟତର ସରପଞ୍ଚ, ଓ୍ୱାର୍ଡ ମେମ୍ବରଙ୍କୁ କୌଣସି ସୂଚନା ନଦେଇ ମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ଅଣ୍ଡାମାଡ଼ ହୋଇଥିବା କଂଗ୍ରେସ ସମର୍ଥକ କହିଛନ୍ତି । ତେବେ ଏନେଇ ମନ୍ତ୍ରୀ କିମ୍ବା ସାଂସଦଙ୍କ ପ୍ରତିକ୍ରିୟା ମିଳି ନାହିଁ ।

LEAVE A REPLY

Please enter your comment!
Please enter your name here