ଆଜିଠୁ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

0
184

ଢେଙ୍କାନାଳ : ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳ ସହରରେ କୁମାର ପୂର୍ଣ୍ଣମୀ ତିଥିରୁ ଆରମ୍ଭ ହେଉଛି । ସହରରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହିତ ୮ଟି ସିସି କ୍ୟାମେରା ଲଗାଯାଇଛି । ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ବୁଧବାର ମଧ୍ୟରାତ୍ରରୁ ମହାଆଡ଼ମ୍ବରରେ ଆରମ୍ଭ ହେଉଥିବାବେଳେ ମା’ ଙ୍କ ପୂଜାର୍ଚ୍ଚନା ପାଇଁ ବଜାରରେ ଏବେଠାରୁ ଝଲସିଲାଣି ଆଲୋକ ଓ ସଜାଗଲାଣି ପୂଜାମଣ୍ଡପ । ପ୍ରାୟ ୧୧ ଦିନ ଧରି ଚାଲୁଥିବା ଏହି ଗଜଲକ୍ଷ୍ମୀ ପୂଜାରେ ପ୍ରତ୍ୟହ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି । ସହରର ବିଭିନ୍ନ ପୂଜା ମଣ୍ଡପରେ କାରିଗର ଓ କମିଟିର କର୍ମକର୍ତ୍ତା ମାନେ ଅକ୍ଲାନ୍ତ ପରିଶ୍ରମ କରି ମାଙ୍କୁ ଶେଷ ସ୍ପର୍ଶଦେବା ପାଇଁ ଲାଗିପଡିଛନ୍ତି ।

LEAVE A REPLY

Please enter your comment!
Please enter your name here