ଆଜି ବିଶାଖାପାଟଣାରେ ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ

0
112

ବିଶାଖାପାଟଣା : ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନଙ୍କ ଶକ୍ତିଶାଳୀ ପ୍ରଦର୍ଶନ ଦ୍ୱାରା ପ୍ରଥମ ଦିନିକିଆରେ ବୃହତ୍ତ ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ବିଜୟ ଧାରାକୁ ଜାରି ରଖିବା ପାଇଁ ଲକ୍ଷ୍ୟ ରଖିଛି । ବୁଧବାର ହେବାକୁ ଥିବା ଦ୍ୱିତୀୟ ଦିନିକିଆରେ ଭାରତ ୨-୦ରେ ଆଗୁଆ ହେବା ପାଇଁ ଚେଷ୍ଟା କରିବ । ୱେଷ୍ଟଇଣ୍ଡିଜ୍ ପ୍ରଥମ ମୁକାବିଲାରେ ଶକ୍ତିଶାଳୀ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ଭାରତକୁ ଟକ୍କର ଦେବାରେ ବିଫଳ ହୋଇଥିଲା । ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଚମକ୍ରାର ଶତକ ବଳରେ ଭାରତ ଅତି ସହଜରେ ୩୨୩ ରନ୍ର ଟାର୍ଗେଟ୍ ହାସଲ କରି ସିରିଜ୍ରେ ୧-୦ରେ ଆଗୁଆ ହୋଇଥିଲା । ବିଶାଖାପାଟଣାରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ଏହିଭଳି କମାଲ ଦେଖାଇବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ନିଜର ତ୍ରୁଟିଗୁଡିକୁ ସୁଧାରିବା ସହ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚେଷ୍ଟା କରିବ । ଭାରତ ଏହି ମ୍ୟାଚରେ ନିଜର ମଧ୍ୟତମ ବ୍ୟାଟ୍ସମ୍ୟାନମାନଙ୍କ ଦକ୍ଷତା ସୁଧାରିବା ପାଇଁ ଆଶା ରଖିଛି । ବିଶାଖାପାଟଣାର ପିଚ୍୍ରେ ଭାରତୀୟ ବୋଲରମାନେ ଆହୁରି ଶାଣିତ ବୋଲିଂ କରିବାକୁ ଚେଷ୍ଟା କରିବେ । ସେହିଭଳି ୱେଷ୍ଟଇଣ୍ଡିଜ୍ ମଧ୍ୟ ନିଜର ବୋଲିଂ ବିଭାଗକୁ ଆହୁରି ମଜଭୂତ କରିବା ପାଇଁ ପ୍ରୟାସ ଜାରିରଖିଛି ।

LEAVE A REPLY

Please enter your comment!
Please enter your name here