ପେ-ଟିଏମ ମାଲିକଙ୍କୁ ମହିଳା ସେକ୍ରେଟାରୀଙ୍କ ଧମକ : ବ୍ୟକ୍ତିଗତ ତଥ୍ୟ ବଦଳରେ ମାଗିଲେ ୨୦ କୋଟି ଟଙ୍କା

0
70

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରିବା ପରେ
ଇ-ୱାଲେଟ୍ ପେଟିଏମ୍ ଦେଶରେ ବେଶ୍ ଅଗ୍ରଗତି କରିଥିବା ବେଳେ ସୋମବାର ସ୍ଥାନୀୟ ସେକ୍ଟର-୨୦ ପୋଲିସ୍ ଏହି କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି କର୍ମଚାରୀମାନେ କମ୍ପାନୀର ପ୍ରତିଷ୍ଠାତାଙ୍କ ଲ୍ୟାପ୍ଟପ୍ରୁ ଗୁରୁତ୍ବପୂର୍ଣ୍ଣ ତଥା ବ୍ୟକ୍ତିଗତ ତଥ୍ୟ ଚୋରି କରିବା ସହ ଏହା ବଦଳରେ୨୦ କୋଟି ଟଙ୍କା ଦାବି କରିବା ଅଭିଯୋଗ ରହିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି।
ମହିଳା କର୍ମଚାରୀ ଜଣକ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଶେଖର ଶର୍ମାଙ୍କ ଅତି ନିକଟତର ଥିବାରୁ ସେ ଶର୍ମାଙ୍କ ଲ୍ୟାପ୍ଟପ୍ ବ୍ୟବହାର କରୁଥିଲେ। କିନ୍ତୁ ସେ ଉକ୍ତ ଲ୍ୟାପ୍ଟପ୍ରୁ ଏକାଧିକ ମହତ୍ତ୍ବପୂର୍ଣ୍ଣ ତଥ୍ୟ ଚୋରାଇ ନେଇ ତାଙ୍କୁ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଦେଇଥିଲେ। ତାଙ୍କୁ ୨୦କୋଟି ଟଙ୍କା ନ ଦେଲେ ସେ ତଥ୍ୟ ପ୍ରଘଟ କରିଦେବେ ବୋଲି ଉକ୍ତ ମହିଳା କର୍ମଚାରୀ ଜଣକ ଧମକ ଦେଇଥିବା ପେଟିଏମ୍ ମ୍ୟାନେଜ୍ମେଣ୍ଟ୍ ପକ୍ଷରୁ କୁହାଯାଇଛି। ତାଙ୍କୁ ଏହି କାର୍ଯ୍ୟରେ ତାଙ୍କ ପତି ତଥା ଜଣେ ପ୍ରପର୍ଟି ଡିଲର୍ଏବଂ ପେଟିଏମ୍ର ଅନ୍ୟ ଜଣେ କର୍ମଚାରୀ ଦେବେନ୍ଦର କୁମାର ସହଯୋଗ କରିଥିବାରୁ ସେମାନଙ୍କୁ ବି ଗିରଫ କରାଯାଇଛି ।ଏ ସଂକ୍ରାନ୍ତରେ ପେଟିଏମ୍ ପ୍ରତିଷ୍ଠାତାଙ୍କ ଭାଇ ଅଜୟ ଶେଖର ଶର୍ମା ତଥା କମ୍ପାନୀର ଉପସଭାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here