ଦୀପାବଳିରେ କେବଳ ୨ ଘଣ୍ଟା ପ।ଇଁ ବ।ଣ ଫୁଟ।ଇ ହେବ:ସୁପ୍ରିମକୋର୍ଟ

0
137

ନୂଆଦିଲ୍ଲୀ :ଦେଶବ୍ୟାପୀ ବାଣ ତିଆରି, ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ।ଦୀପାବଳୀରେ ବାଣ ଫୁଟାଇବା ଲାଗି କେବଳ ୨ ଘଣ୍ଟା ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।  କୋର୍ଟ କହିଛନ୍ତି ପୂର୍ଣ୍ଣ କଟକଣା ଲ।ଗିବ ନାହିଁ । ବାଣ ବିକ୍ରି ଓ ଫୁଟାଇବା ଉପରେ ସର୍ତ୍ତ ରଖି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । କମ୍ ପ୍ରଦୂଷଣ ବାଣ ବିକ୍ରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ।

 

ବାଣ ବିକ୍ରି ଉପରେ କଟକଣା ଲଗାଇବା ନେଇ ହୋଇଥିବା ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଦୀପାବଳି ସମୟରେ ଦେଶର ବିଭିନ୍ନ ସହରରେ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ମାତ୍ରା ଯେଉଁଭଳି ଭାବରେ ବୃଦ୍ଧି ପାଉଥିବାରୁ ଏହା ଉପରେ କଟକଣା ଲଗାଯିବା ନେଇ ଆବେଦନ ହୋଇଥିଲା । ତେବେ ଏହି ରାୟ ଫଳରେ ବାଣ ତିଆରି ଏବଂ ବ୍ୟବସାୟ ସହ ଜଡିତ ଶହ ଶହ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି ।

 

 

LEAVE A REPLY

Please enter your comment!
Please enter your name here