ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ ଅଭିଜିତ୍ ଆୟାର ମିତ୍ର

0
60

ଭୁବନେଶ୍ୱର : ଓଡ଼ିଶାର କଳାସଂସ୍କୃତି, କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ସ୍ତମ୍ଭକାର ଅଭିଜିତ୍ ଆୟାର ମିତ୍ର ମଙ୍ଗଳବାର ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ । ଏ ନେଇ ପୂର୍ବରୁ ସେ ସୂଚନା ଦେଇଛନ୍ତି । ତେବେ ତାଙ୍କର ସୁରକ୍ଷା ଆବଶ୍ୟକତା ପଡିଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଗୃହକମିଟି ନିକଟରେ ହାଜର ହେବା ପାଇଁ ଅଭିଜିତ୍ଙ୍କୁ ନୋଟିସ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here