‘ସୁନ୍ଦରୀ’କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ

0
76

ଅନୁଗୁଳ: ଗତକାଲି ବ।ଘୁଣୀ ଜଣଙ୍କ ଜୀବନ ନେବା ଅଭିଯୋଗ ହେବା ପରେ ଉତେଜନା ଦେଖ। ଦେଇଥିଲା । ସୁନ୍ଦରୀ’ ଟାଇଁସିରେ ଆଉ ଜଣଙ୍କ ଜୀବନ ନେବା ପରେ ଗତକାଲି ସନ୍ଧ୍ୟାରେ ଉତ୍ତ୍ୟକ୍ତ ଲୋକେ ଲଙ୍କାକାଣ୍ଡ ଭିଆଇଥିଲେ। କାଞ୍ଜରା ମୁଣ୍ଡାସାହି ନିକଟରେ ଉତ୍ତ୍ୟକ୍ତ ଲୋକେ ଗୋଟିଏ ପୁଲିସ୍‌ ଗାଡ଼ିକୁ ଜାଳି ଦେଇଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନୁଗୁଳ ଆଇଆଇସି ଆହତ ହୋଇଥିବା ସୂଚନା ମିଳିଛି।

ଏହି ଉତ୍ତେଜନା ପରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍‌କ୍ଲୋଜର୍ ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ।

ଟ୍ରାଙ୍କୁଲାଇଜ୍ କରିବା ପାଇଁ  ଗତକାଲି ରାତିରେ ଅନୁଗୁଳରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍‌ରେ ଓୟୁଏଟି ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର ଅଛନ୍ତି। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

LEAVE A REPLY

Please enter your comment!
Please enter your name here