ପେଟ୍ରୋଲକୁ ପଛରେ ପକ।ଇଲ। ଡିଜେଲ

0
192

ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦର ଗତ କିଛିଦିନ ହେଲା କମୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ଯୋଗୁ ଭାରତରେ ତେଲ ଦର ବୃଦ୍ଧିରୁ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ତେ‌େବ ହଠାତ୍‌ ପେଟ୍ରୋଲ ତୁଳନାରେ ଡିଜେଲ ମୂଲ୍ୟ ଅଧିକ ହେବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଭୁବନେଶ୍ବରରେ ପେଟ୍ରୋଲ ଦାମ୍ ୮୦ ଟଙ୍କା ୫୭ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୬୯ ପଇସା ହୋଇଛି।

ଚଳିତମାସ ୧୬ରେ ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଥିଲା। ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୬୫ ପଇସା ହୋଇଥିବା ବେଳେ ଡିଜେଲ ୮୧ ଟଙ୍କା ୨୩ ପଇସା ଛୁଇଁଥିଲା। ୧୭ ତାରିଖ ଦିନ ଏହି ଦର ଅପରିବର୍ତ୍ତିତ ରହିଥିଲା।

ଅତୀତରେ ପେଟ୍ରୋଲ ତୁଳନାରେ ଡିଜେଲ ଦର ମହଙ୍ଗା ହେବା କେବେ ଦେଖାଦେଇ ନଥିଲା। ‌ଡିଜେଲ ମୂଲ୍ୟ ଅଧିକ ରହିବାର ଦୁଇଟି କାରଣ ରହିଛି ବୋଲି କୁହାଯାଉଛି। ଗୋଟିଏ ହେଲା ମୂଳ ମୂଲ୍ୟ ବା ବେସ୍ ପ୍ରାଇସ୍ ଅଧିକ ରହିବା ଏବଂ ଅନ୍ୟଟି ହେଲା ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲରେ ସମାନ ହାର(୨୬%)ରେ ମୂଲ୍ୟ ଯୁକ୍ତ ଟିକସ ଆଦାୟ ହେବା। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କୁହନ୍ତି, ପେଟ୍ରୋଲଠାରୁ ଡିଜେଲ ଦର ମହଙ୍ଗା ହୋଇଯାଇଥିବାରୁ ସରକାରଙ୍କୁ ଏ ନେଇ ଚିନ୍ତା କରିବାର ସମୟ ଆସିଯାଇଛି। ବିଶେଷକରି ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ସମାନ ହାରରେ ଟିକସ ଆଦାୟ କରାଯାଉଛି। ସରକାର ପେଟ୍ରୋଲ ଉପରେ ଅଧିକ ଟିକସ ଆଦାୟ କରି ଡିଜେଲ ଉପରୁ ଟିକସ କମାଇଲେ ସାଧାରଣ ଖାଉଟି ଉପକୃତ ହେବେ ବୋଲି ସେ କହିଛନ୍ତି। ତେବେ ଆଗାମୀ ଦିନ‌ରେ ପେ‌େଟ୍ରାଲ ଓ ଡିଜେଲ ଆହୁରି କମିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here