ଅମୃତସର ରାବଣପୋଡୀର ଆୟୋଜକ ଥିଲେ ନବ୍ଜୋତ୍ ସିଂ ସିଦ୍ଧୁଙ୍କ ସମ୍ପର୍କୀୟ ସୌରଭ ମଦନ

0
882

ଅମୃତସର : ପଞ୍ଜାବର ଅମୃତସରରେ ଶୁକ୍ରବାର ରାବଣପୋଡୀ ଚାଲିଥିବା ବେଳେ ଟ୍ରେନ୍ ମାଡ଼ିଯାଇ ପ୍ରାୟ ୬୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫୦ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ରାବଣପୋଡି କାର୍ଯ୍ୟକ୍ରମର ଆୟୋଜକ ସୌରଭ ମଦନ ଥିଲେ ବୋଲି କୁହାଯାଉଛି । ସେ କାଉନ୍ସିଲର ବିଜୟ ମଦନଙ୍କ ସ୍ୱାମୀ ଅଟନ୍ତି । କାଉନ୍ସିଲର ବିଜୟ ମଦନ କଂଗ୍ରେସ ନେତା ନବଜୋତ୍ ସିଂ ସିଦ୍ଧୁଙ୍କ ପରିବାରର ନିକଟତମ ବୋଲି କୁହାଯାଉଛି । ଏପରିକି ଏହି ରାବଣପୋଡୀ କାର୍ଯ୍ୟକ୍ରମକୁ ନବଜୋତ୍ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ୍ କୌରଙ୍କୁ ମୁଖ୍ୟ ଅତିଥିଭାବେ ଯୋଗଦେବାକୁ ନିମନ୍ତ୍ରୀତ କରାଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ନବଜୋତ୍ କୌର ରାବଣପୋଡୀ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ।

ଅଧିକାଂଶ ମୃତକ ଉତ୍ତରପ୍ରଦେଶ ଓ ବିହାରର ଅମୃତସରର ଏହି ଅଭାବନୀୟ ଘଟଣାରେ ମୃତାହତ ହୋଇଥିବା ଅଧିକାଂଶ ଲୋକ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ଉତ୍ତରପ୍ରଦେଶ ଓ ବିହାରରୁ ଆସି ଅମୃତସରରେ ଥିବା ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାନ୍ତି । ମୃତ ୬୧ଜଣଙ୍କ ମଧ୍ୟରୁ ଖବର ଲେଖାଯିବା ବେଳକୁ ୪୧ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଏହି ୪୧ଜଣଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ଉତ୍ତରପ୍ରଦେଶ ଓ ବିହାରର ବୋଲି ଜଣାପଡିଛି ।ରାବଣର ବି ମୃତ୍ୟୁ ଏହି ଟ୍ରେନ୍ ମାଡ଼ିଯିବା ଘଟଣାରେ ଅନେକ ଲୋକଙ୍କ ଜୀବନହାନୀ ଘଟିଥିବା ବେଳେ ରାବଣ ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ରହିଥିବା ବ୍ୟକ୍ତିଙ୍କ ବି ମୃତ୍ୟୁ ଘଟିଛି । ଦଲବୀର ସିଂ ନାମକ ଏହି ବ୍ୟକ୍ତିଜଣକ ରାବଣପୋଡୀ ସ୍ଥଳରେ ଚାଲିଥିବା ରାମଲୀଳା ନାଟକରେ ରାବଣ ଭୂମିକାରେ ଅଭିନୟ କରିଥିଲେ । ଦଲବୀର ସିଂ ରାବଣପୋଡୀ ଚାଲିଥିବା ସମୟରେ ବାଣ ଶଦ୍ଧ ଶୁଣି ଏହାକୁ ଉପଭୋଗ କରିବା ପାଇଁ ମଞ୍ଚଠାରୁ ଦୂରକୁ ଅର୍ଥାତ ରେଲୱେ ଟ୍ରାକ୍ ଉପରକୁ ଚାଲି ଆସିଥିଲେ । ତେବେ ଏହି ସମୟରେ ଟ୍ରେନ୍ ମାଡି ଆସିବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here