ମହିଳାଙ୍କ ପ୍ରବେଶକୁ ନେଇ ସାଵରୀମାଳାରେ ଉତ୍ତେଜନା:ମନ୍ଦିର ରାସ୍ତାରେ ପୁରୁଷଙ୍କ ବିକ୍ଷୋଭ ପ୍ରଦର୍ଶନ

0
131

କେରଳ  : ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ କେରଳର ସାଵରୀମାଳା ମନ୍ଦିରକୁ ମହିଳା ପ୍ରବେଶ କରି ପାରିବେ ବୋଲି  ନିର୍ଦେଶ ଦେଇଥିଲେ |  ହେଲେ ପ୍ରବଳ ବିରୋଧ ଯୋଗୁଁ ମନ୍ଦିରକୁ ମହିଳା ଭକ୍ତ ପ୍ରବେଶ କରିପାରିନାହାନ୍ତି | ମନ୍ଦିରକୁ ଯିବା ପାଇଁ ସାଢେ ଚାରି କି:ମି: ପାହାଡି ରାସ୍ତାରେ ଚାଲି ଚାଲି ଯିବାକୁ ପଡେ | ତେବେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଏହି ରାସ୍ତାରେ ପୁରୁଷ ଭକ୍ତମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି | ସ୍ଥିତି ଉତ୍ତେଜନା ପ୍ରବଣ ରହିଥିବାରୁ ପୁରା ଇଲାକାରେ ପୋଲିସ ମୃତୟନ କରାଯାଇଛି | ଗୋଟିଏ ପଟେ କୋର୍ଟଙ୍କ ନିର୍ଦେଶ ଓ ଅନ୍ୟପଟେ ଶହ ଶହ ବର୍ଷର ପରମ୍ପରା ମଧ୍ୟରେ ଫସି ଯାଇଛନ୍ତି କେରଳ ସରକାର |୧୦ ବର୍ଷ ବୟସରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳା ଭକ୍ତ ପରମ୍ପରା ଭାଙ୍ଗି ମନ୍ଦିର ଭିତରକୁ ନ ଆସିବାକୁ ମନ୍ଦିରର ମୁଖ୍ୟ ପୂଜକ ନିବେଦନ କରିଛନ୍ତି | ଗତକାଲି ଠାରୁ ଆରମ୍ଭ ହୋଇଥିବା ଛକାପଞ୍ଝା ଆଜି ମଧ୍ୟ ଜାରି ରହିଛି | ବିଜେପି ଓ ଅନ୍ୟ ସଂଗଠନ ବିରୋଧ କରୁଛନ୍ତି |

LEAVE A REPLY

Please enter your comment!
Please enter your name here