ଯ।ଜପୁରରେ ବିଜେଡ଼ି ଆଗରେ:ବିକଳ୍ପ ପ।ଉନ।ହଁ।ନ୍ତି ଭୋଟର

0
2427

ଯ।ଜପୁର:ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତିକି ବଢିିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଯାଜପୁର ଜିଲ୍ଳାରେ ବି ଏହାର ଝଲକ ଦେଖିବାକୁ ମିଳୁଛି ।ନିର୍ବାଚନ ପୂର୍ବରୁ ଦଳର ସଂଗଠନକୁ ମଜବୁଢ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ କରାଯିବାର କଥା ସେଥିରେ ଶାସକ ବିଜେଡି ଦଳ ସବା ଆଗରେ ରହିଛି । ଚଳିଡ ମାସ ୨ ତାରିଖ ଗାନ୍ଦୀ ଜୟନ୍ତୀରୁ ବିଜେଡି ପକ୍ଷରୁ ଚାଳିଥିବା ଜନ ସଂପର୍କ ପଦ ଯାତ୍ରା ଜିଲ୍ଳାର ୭ଗୋଟି ନିର୍ବାଚନ ମଣ୍ଡଳୀ ଆରମ୍ଭ କରାଯାଇଥିବା ବେଳେ ଇତିମଧ୍ୟରେ ଧର୍ମଶାଳା ,ଯାଜପୁର, କୋରେଇ ପ୍ରଭୁତି ନିର୍ବାଚନ ମଣ୍ଡଳୀ ନେତା ଓ ବିଧାୟକ ମହିଳା ସମାବେଶ କରି ମହିଳା ଶକ୍ତି ପ୍ରଦର୍ଶନ କରିସାରିଛି । ଦଳର ଯୁବ ସଂଗଠନ ବି ଶକ୍ତି ପ୍ରଦର୍ଶନ କରି ଦେଖାଇଛି । ଯୁବ ସଭାପତି ପ୍ରତାପ ମହାନ୍ତି ଆହ୍ୱନ ଦେଇଥିବା ଯୁବ ସମାବେଶ ଜିଲ୍ଲ।ର ସମସ୍ତ ୭ ବିଧାୟକ ଏବଂ ସାଂସଦକ ଠାରୁ ଆରମ୍ଭ କରି ଉପସ୍ଥିତ ରହିବା ଶାସକ ଦଳ ଯେ ନିର୍ବାଚନ ପାଇଁ ଏକ ପ୍ରକାର ପ୍ରସ୍ତୁତି ହେଉଛି ,ତାହା ଜଣାଇ ଦେବାକୁ ଆଉ ବ।କି ନ।ହିଁ । ଜନସଂପର୍କ ପଦଯାଢ୍ରା ହେଉ ବା ମହିଳା ସମାବେଶ ଅବା ଯୁବ ସମାବେସ ମାଧ୍ୟମରେ ବିଜେଢି ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଯୋରଦ।ର କରିବା ପୂର୍ବରୁ ଭୋଟରଙ୍କ ନିକଟତର ହେବାକୁ ଳାଗିପଢିଛି । ଏହିପରି ବିରୋଧି ଦଳ ବିଜେପି ଏବଂ କଂଗ୍ରେସ ସେଭଳି କୌଣସି ଆଖି ଦୃଶିଆ କର୍ଯକ୍ରମ କରିବାରେ ସମର୍ଥ ହୋଇପାରି ନଥିବାରୁ ଶାସକ ଦଳ ଏହାର ଫାଇଦା ନେବାକୁ ଉଦ୍ୟମ କରିବା ପୂର୍ବକ
ଜିଲ୍ଲ।ରେ ବିଜେଡିର ବିକଳ୍ପ କେହି ନାହାନ୍ତି ବୋଲି ଜଣାଇ ଦେବାକୁ ଚାହାନ୍ତି । ପ୍ରଢ୍ୟକ୍ଷ ନହେଳେବି ପରୋକ୍ଷରେ ଶ।ସକ ଦଳ ସାଂଗଠନିକ କାର୍ଯକ୍ରମ ମାଧ୍ୟମରେ ଭୋଟରଙ୍କ ନଜରକୁ ଆସୁଥିବା ବେଳେ ବିରୋଧି ବିଜେପି ଏବଂ କଂଗ୍ରେସ ଏକ୍ଷେତ୍ରରେ ପଛରେ ପଡିଯାଇଛି ।

୨୦୧୯ ରେ କ୍ଷମତା ଦଖଲ କରିବାକୁ ସ୍ବପ୍ନ ଦେଖୁଥିବା ବିଜେପି ର ଏହି ଜିଲ୍ଲାରେ ଏଯାବତ କେଣସି ବଡ ଧରଣର କାର୍ଯ୍ୟକ୍ରମ କରାଯାଇନି । ପଚାଂୟତ ନିର୍ବାଚନ ପରେ ବିଜେପି କେନ୍ଦ୍ରୀୟ ସଭାପତି ଅମିତ ଶାହା ଜିଲାକୁ ଗସ୍ତରେ ଆସିଥିବା ବେଳେ ଯେଭଳି ଭାବେ ଦଳର କାର୍ଯ୍ୟକ୍ରତ। ଏବଂ କର୍ମୀ ଭିତରେ ଯୋଶ୍ ଦେଖିବାକୁ ମିଳିଥିଲା ।ବିଶେଷ କରି ବିଜେପିରେ ଚାଲିଥିବା ଗୋଷ୍ଠୀ କ୍ଧ ଳ ପ୍ରଭାବ ସାଧାରଣରେ ଭିନ୍ନବାର୍ତ୍ତ। ସୃଷି କରିଛି । ଜିଲ୍ଲା ସଭାପତି ଜଣେ ଅଭିଞ ନେତା ହୋଇଥିଲେ ହେଁ ଦଳର ସଂଗଠନ ବୃଦ୍ଧି କ୍ଷେତ୍ରରେ ସେଭଳି କୈଣସି କାର୍ଯ୍ୟକ୍ରମ ହାତକୁ ନେଇ ପାରିନାହାନ୍ତି । ଦଳରେ ଚାଳିଥିବା କନ୍ଦଳକୁ ସମାଧାନ କରି କାର୍ଯ୍ୟକର୍ତାକୁ ହେଉ ବା କର୍ମୀଙ୍କୁ ଗୋଟିଏ ମଣ୍ଡଳରେ ଏକାଠି କରିବାରେ ସମର୍ଥ ହୋଇ ପାରିନଥିବା ବେଳେ ମହିଳା ମଣ୍ଡଳବି ପଛରେ ପଡିଯାଇଛି । ବିଜେପି ମହିଳା ମୋର୍ଚ। ଜିଲା ସଭାନେତ୍ରୀ ବବିତା ମଲିକ ମହିଳା ମୋର୍ଚ୍ଚ। କୁ ଏକାଠି କରି ବିଜେଡି ଭଳି ମହିଳାଙ୍କ ସମାବେଶ କରିବାରେ ସମର୍ଥ ହୋଇପାରିନି । ଯୁବ ମୋର୍ଚ୍ଚ।ବି ସେଭଳି କିଛି କାର୍ଯ୍ୟକ୍ରମ ବିଜେଡି ଯୁବ ମୋର୍ଚ୍ଚ। କରିପ।ରିନି । ଯଦିଓ ଅତି ପ।ଖରେ ବିଜେପି ଯୁବ ମୋର୍ଚ୍ଚ। କଳଙ୍ଗିନଗର ଶିଳ୍ପ।ୟନ ରେ ସ୍ଥ।ନିୟ ନିଯୁକ୍ତିକୁ ନେଇ ବ୍ୟାସନଗର ଠାରେ ଏକ କାର୍ଯ୍ୟକ୍ରମ କରିଛି ,କିନ୍ତୁ ତାହାର ସୁଦୁର ପ୍ରଭାବ ଜିଲ୍ଲାରେ ପଡିପାରିନି ।ବିଜେଡି ଠାରୁ ବିଜେପି ସବୁ ବର୍ଗର ସାଂଗଠନିକ କାର୍ଯରେ ବହୁ ପଛରେ ପଡିଯାଇଛି । କଂଗେସରବି ପାଦେବି ବଡିପାରଦନି । ମହିଳା ହେଉ ବା ଯୁବ କିମ୍ବ। କଂଗ୍ରେସ ଜିଲ୍ଲ।ରେ ଏଯାବଦ କୋଣସି କାର୍ଯ୍ୟ କରିବାରେ ସମର୍ଥ ହୋଇନି ।ବିରୋଧୀ ବିଜେପି ଏବଂ କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ କରିବାରେ ପଛରେ ପଡିଯ।ଇଥିବା ବେଳେ ବିଜେଡି ଆଗକୁ ଆଗ ମାଡିଯିବାରେ ଲ।ଗିଛି । ଏଥିରୁ କେତେ ଫାଇଦା ଆଗାମି ନିର୍ବାଚନ ଶାସକ ଦଳକୁ ମିଳୁଛି , ତାହା କେବଳ ଦେଖିବାର ଅଛି ବୋଲି ରାଜନୈତିକ ମହଲରେ ବିଚାର ଆଲୋଚନା କର।ଯ।ଉଛି ।

LEAVE A REPLY

Please enter your comment!
Please enter your name here