ବେଗୁନିଆ ଶାସକ ଦଳରେ ଅନ୍ତଃକନ୍ଦଳ:ଚୁପ ରହି ସବୁ ଦେଖୁଛନ୍ତି ସାଧାରଣ ଭୋଟର

0
903

ଖୋର୍ଦ୍ଧ।: ଆଗକୁ ନିର୍ବାଚନ ଥିବାବେଳେ ଟିକେଟ ପ।ଇବ। ଆଶ।ୟୀଙ୍କ ମଧ୍ୟରେ ଏବେ ଗୋଷ୍ଠୀ କନ୍ଧଳ ସବୁ ଦଳ ଭିତରେ ଦେଖିବ।କୁ ମିଳୁଛି । ଏପରି ଦେଖି ବ।କୁ ମିଳିଛି ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ଦ।ଣ୍ଡରେ ପଡି ହ।ଟରେ ଗଡିବ।ରେ ଲ।ଗିଛି । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ହୋଇଛି । ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ବିଧାୟକଙ୍କର ଦୁଇ ସମର୍ଥକ ଗିରଫ ହେବା ପରେ ବେଗୁନିଆ ନିର୍ବାଚନମଣ୍ଡଳୀରେ ରାଜନୀତି ରେ ବିବାଦର ନିଆଁ ଜଳୁଛି । ଏବେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାରିଦେବାର ଧମକ ଓ ହୋର୍ଡିଂ ପୋଡି ଦେଇଥିବାର ଅଭିଯୋଗ ହୋଇଛି । ବିଧାୟକଙ୍କ ଅଭିଯୋଗକ୍ରମେ ପୋଲିସ ୧୭୦/୧୮ରେ ବେଗୁନିଆ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ମକଦ୍ଦମାରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭଙ୍କ ନଁା ଓ ସମର୍ଥକମାନଙ୍କର ନଁା ରହିଛି ବୋଲି ଚର୍ଚ୍ଚା ହେଉଛି । ଏନେଇ ପୋଲିସ କୌଣସି ମୁହଁ ଖୋଲୁ ନାହିଁ । ଶାସକ ଦଳରେ ଅନ୍ତଃକନ୍ଦଳ ଯୋଗୁ ଥାନାରେ ମାମଲା ବଢ଼ିବାରେ ଲ।ଗିଛି । ଗୋଟିଏ ଦଳର ଦୁଇ ନେତାଙ୍କ ଲଢ଼େଇରେ ସାଧାରଣ ଭୋଟର ଚୁପ ରହି ସବୁ ଦେଖୁଛନ୍ତି ।

LEAVE A REPLY

Please enter your comment!
Please enter your name here