ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ ପୂଜା

0
54

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ହେଉଛି ମହାନବମୀ ପୂଜା।  ସକାଳେ ମାଆଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତିରେ ପୂଜା କରାଯାଉଛି। ଗତକାଲି ସନ୍ଧିପୂଜା ସହ ପୂଜା ମଣ୍ଡପଗୁଡ଼ିକରେ କନ୍ୟାପୂଜା ହୋଇଯାଇଛି। ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା। ଏଣୁ ସକାଳୁ ସକାଳୁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଗୁଡ଼ିକରେ ଆକର୍ଷଣୀୟ ସାଜସଜା ହୋଇଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର ଗହଳି ଚହଳି ଲାଗୁଛି। ମନ୍ତ୍ର ତନ୍ତ୍ର ଓ ଢୋଲ ବାଦ୍ୟରେ ଭାବ ଓ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି। ସୁନା ଓ ଚାନ୍ଦି ଆଭୂଷଣରେ ଝଟକୁଛନ୍ତି ମାଙ୍କ ମୃଣୟୀ ମୂର୍ତ୍ତି। ଆସନ୍ତାକାଲି ବିଜୟା ଦଶମୀ। କାଲି ରାବଣଙ୍କୁ ମାରିବା ପୂର୍ବରୁ ପୁରୁଷୋତ୍ତମ ରାମଚନ୍ଦ୍ର ଆଜି ମହିଷାସୁର ବଦ୍ଧ କରିଥିଲେ। ସେପଟେ ପୀଠଗୁଡ଼ିକରେ ଆଜି ମାଆଙ୍କର ବିଜୟା ଦଶମୀ ପାଳନ ହେଉଛି

LEAVE A REPLY

Please enter your comment!
Please enter your name here