ହକି ବିଶ୍ୱକପ୍‌ ସଂଗୀତ : ଶାହରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରେହମାନ୍‌

0
48

ଭୁବନେଶ୍ୱର: ହକି ବିଶ୍ୱକପ୍‌୍‌ର ଅଫିସିଆଲ୍‌ ଭିଡିଓ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’କୁ ଜୀବନ୍ତ କରି ମ୍ୟାଜିକ୍‌ ସୃଷ୍ଟି କରିବା ନିମନ୍ତେ ପ୍ରଥମ ଥର ଶାହରୁଖ ଖାନ୍‌ଙ୍କୁ ନିର୍ଦେଶନା ଦେଇଛନ୍ତି ସଙ୍ଗୀତର ବାଦଶାହ ଏଆର୍‌ ରେହମାନ୍‌।
ହକି ବିଶ୍ୱକପ୍‌୍‌ର ଟାଇଟଲ୍‌ ଗୀତ ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ ଏଆର୍‌ ରେହମାନ୍‌ଙ୍କ ସଙ୍ଗୀତ ସଜ୍ଜାରେ ବେଶ ରୋମାଞ୍ଚ ସୃଷ୍ଟିକାରୀ ହୋଇଥିବା ବେଳେ ଏହି ଗୀତଟିକୁ ରଚନା କରିଛନ୍ତି ଖ୍ୟାତନାମା ଗୀତିକାର ଗୁଲ୍‌ଜାର୍‌ । ଏହି ମୁ୍ୟଜିକ୍‌ ଭିଡିଓରେ ନୂତନ ଭାରତକୁ ପ୍ରଦର୍ଶିତ କରାଯାଇଛି ଓ ଏଥିରେ ପାରମ୍ପରିକ ଓ ସହରୀକରଣ ଠାରୁ ଆରମ୍ଭ କରି ତୃଣମୂଳ ଭାରତ ପର୍ଯ୍ୟନ୍ତ ସବୁ କିଛି ଦେଖିବାକୁ ମିଳିବ । ପୁରୁଷ ହକି ବିଶ୍ୱକପ୍‌ ଆଉ ୪୨ ଦିନ ପରେ ଆରମ୍ଭ ହେବ । ଏହି ଭିଡ଼ିଓ ଏବଂ ହକି ବିଶ୍ୱକପ୍‌ ଗୀତ ପ୍ରତିଟି ଭାରତୀୟଙ୍କୁ ହକିକୁ ସମର୍ଥନ କରିବା ପାଇଁ ଅନୁପ୍ରାଣିତ କରିବ ।
ଟିମ୍‌ ଇଣ୍ଡିଆ ମସ୍କାଟ୍‌ରୁ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଖେଳି ଫେରିବା ପରେ ଏହି ଗୀତ ଓ ମୁ୍ୟଜିକ୍‌ ଭିଡିଓକୁ ଉନ୍ମୋଚନ କରାଯିବ । ଗତ ସପ୍ତାହରେ ଶାହରୁଖ ଟ୍ୱିଟରରେ ହକିକୁ ସମର୍ଥନ ଦେବା ସହିତ ନିଜ ହୃଦ୍‌ସ୍ପନ୍ଦନ ଦେଇଥିଲେ । ମେରା ଦିଲ୍‌ ହକି କେ ଲିୟେ ବହତ୍‌ ତେଜ୍‌ ଧଡ଼କ ରହାହୈ । କପ୍‌୍‌କୁ ସ୍ୱଦେଶ ଫେରାଇ ଆଣିବା ନିମନ୍ତେ ମେନ୍‌ ଇନ୍‌ ବ୍ଲì କୁ ଉତ୍ସାହିତ କରିବା ପାଇଁ ଶାହରୁଖ ସେହି ଟ୍ୱିଟର୍‌ରେ ଲେଖିଥିଲେ ଯେ, ହକି ହେଉଛି ଭାରତର ଗର୍ବ ଓ ଟିମ୍‌ ଇଣ୍ଡିଆ ଏବଂ ଏହି ଖେଳକୁ ସମର୍ଥନ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ରେହମାନ୍‌ଙ୍କ ପାଇଁ ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ ହେଉଛି ମୁ୍ୟଜିକ୍‌ ଭିଡିଓ ନିର୍ଦ୍ଦେଶନା ପ୍ରତି ପ୍ରତ୍ୟାବର୍ତ୍ତନ କରିବା ଭଳି । ଶେଷଥର ପାଇଁ ୧୯୯୭ରେ ସେ କିମ୍ବଦନ୍ତୀ ଗୀତ ବନ୍ଦେ ମାତରମ୍‌ର ନିର୍ଦ୍ଦେଶନା ଦେଇଥିଲେ । ଟିମ୍‌କୁ ତାଙ୍କର ଆଭ୍ୟନ୍ତରୀଣ ବିବରଣୀ ପ୍ରଦାନ, ଯେଉଁଥିରେ ବିଶିଷ୍ଟ ସିନେମାଟୋଗ୍ରାଫର୍‌ ରବି ବର୍ମନଙ୍କୁ ଭାରତକୁ ଦେଖାଉଥିବାର ଦେଖିବାକୁ ମିଳିବ । ଗୀତର ସଙ୍ଗୀତକୁ ସଜାଇବା ସହିତ ଭାରତର ମାତା ପାଇଁ କୃତଜ୍ଞତା ସ୍ୱରୂପ ରେହମାନ୍‌ ଏହି ମୁ୍ୟଜିକ୍‌ ଭିଡିଓର ନିର୍ଦ୍ଦେଶନା ପାଇଁ ନିଜର ସେବା ପ୍ରଦାନ କରିଛନ୍ତି ।
ହକି ବିଶ୍ୱକପ୍‌ ୨୦୧୮ର ଉଦ୍‌ଘାଟନୀ ଉତ୍ସବ ୨୭ ନଭେମ୍ବରରେ ହେବ ଓ ଏହି ଅବସରରେ ସିନେମା ଓ ସଙ୍ଗୀତ ଜଗତର ଦୁଇ ବାଦଶାହ ଶାହରୁଖ ଖାନ୍‌ ଓ ଏଆର୍‌ ରେହମାନ୍‌ଙ୍କୁ ଭୁବନେଶ୍ୱରରେ ସିଧାସଳଖ (ଲାଇଭ୍‌) ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିବ ।
ଓଡ଼ିଶାରେ ପୁୁରୁଷ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆୟୋଜିତ ହେବ । ପୂର୍ବରୁ ଦୁଇଥର ୧୯୮୨ରେ ବମ୍ବେ ଓ ୨୦୧୦ରେ ନୂଆଦିଲ୍ଲୀରେ ବିଶ୍ୱକପ୍‌ ଆୟୋଜିତ ହୋଇଥିଲ । ଏହା ଏବେ ଭାରତରେ ତୃତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଭାଗ ନେବେ ଓ ଲିଗ୍‌ ପର୍ଯ୍ୟାୟରେ ୩ଟି ଲେଖାଏଁ ମ୍ୟାଚ୍‌ ୧୨ ଦିନ ପର୍ଯ୍ୟନ୍ତ ଖେଳାଯିବ । ଡିସେମ୍ବର ୧୦ ଓ ୧୧ରେ କ୍ରସ୍‌ ଓଭର୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here