ଭ।ରତ ତୁଳନାରେ ପ।କିସ୍ତ।ନ ବହୁତ ଭଲ

0
136
ସିମଲା: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହଙ୍କ ପାକିସ୍ତାନ ପ୍ରେମ ପୁଣି ଜାଗି ଉଠିଛି। ହିମାଚଳ ପ୍ରଦେଶର କଶୌଳିରେ ଚାଲିଥିବା ଲିଟ୍ରେଚର୍‌ ଫେଷ୍ଟିଭାଲରେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ନବଜୋତ। ସେ କହିଛନ୍ତି, ପାକିସ୍ତାନର ଯେଉଁ ସହରକୁ ଗଲେ ନା ଭାଷା ବଦଳେ, ନା ଖାଦ୍ୟପେୟ। କିନ୍ତୁ ଭାରତର ବିଭିନ୍ନ ସ୍ଥାନରେ ଭାଷାରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ଖାସ୍‌ ଭାବେ ଦକ୍ଷିଣ ଭାରତର ଯେଉଁ ରାଜ୍ୟକୁ ଗଲେ ସେଠାରେ ଆଞ୍ଚଳିକ ଭାଷା ଓ ଇଂରାଜୀ ଜାଣିବା ନିହାତି ଆବଶ୍ୟକ ହୋଇପଡେ। ଏହି ତୁଳନାରେ ଭାରତଠାରୁ ପାକିସ୍ତାନ ଅନେକାଂଶରେ ଭଲ ବୋଲି ସିଦ୍ଧୁ କହିଛନ୍ତି। ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେଇ ବିବାଦ ଘେରକୁ ଆସିଥିଲେ। ସେଠାରେ ପାକିସ୍ତାନ ସେନା ମୁଖ୍ୟ କୋଳାଗ୍ରତ କରିଥିଲେ। ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ଅନେକ ଭାରତୀୟ ନାପସନ୍ଦ କରିଥିଲେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ସିଦ୍ଧୁ ଏବେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here