ତିତ୍‌ଲି ଦେଇଗଲ। ବନ୍ୟା:ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ

0
62

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠୁ ଲଗାଣ ବର୍ଷା ଲାଗି ରହିଛି। ସେପଟେ ଋଷିକୂଲ୍ୟା, ବଂଶଧାରା ଓ ଜଳକା ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କେଉଁଠି ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଲୋକେ ପାଣି ମଝିରେ ଫସି ରହିଛନ୍ତି।

ବିଶେଷ କରି ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ହିଞ୍ଜିଳିକାଟୁ ବ୍ଲକର ନୂଆ ବୁରୁପଡ଼ା ଗ୍ରାମରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଲୋକମାନେ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଛନ୍ତି।

ଋଷିକୂଲ୍ୟା ଓ ଜରଉ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଅଞ୍ଚଳ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଅନେକ ସ୍ଥାନରେ ଯାତାୟତ ଠପ୍ ହୋଇଯାଇଛି। ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ବ୍ରହ୍ମପୁରରୁ ସୋରଡା ବ୍ଳକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଶେରଗଡଠାରୁ ବଡ଼ଗଡ ଏବଂ ଆସିକାରୁ ସୋରଡ଼ା ଯିବା ରାସ୍ତାରେ ପାଣି ଯାତାୟତ କରୁଥିବାରୁ ଗମନାଗମନ ବନ୍ଦ ରହିଛି।  ସୋରଡ଼ା ବ୍ଳକର ଅନେକ ଗାଁରେ ନଦୀ ଜଳ ପଶିଯାଇଥିବା ଦେଖିବାକୁ ମିଳିଛି।  ସେହିପରି ଦିଗପହଣ୍ଡିରୁ ଶେରଗଡ ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହେଉଛି।

LEAVE A REPLY

Please enter your comment!
Please enter your name here