କେବିସିରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
279

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ରୟାସ । ହକି ବିଶ୍ୱକପ ପ୍ରଚାର ପ୍ରସାର ପାଇଁ ନବୀନ ଅଣ୍ଟା ଭିଡ଼ିଥିବାର ଖବର ଜୋରସୋରରେ ଦେଖିବାକୁ ମିଳୁଛି । ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସି ଶୋ’ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତି ୯ ଟାରେ କେବିସି ପ୍ରୋଗ୍ରାମ ଜରିଆରେ ବିଗ୍ ବି’ଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି କେବିସି କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି, କ’ଣ ଏହା ପଛର କାରଣ ଏଭଳି ଅନେକ ଦ୍ୱନ୍ଦ ଆପଣଙ୍କ ମନକୁ ଆସିବା ସ୍ୱାଭାବିକ କଥା । ଯାହାର ଆଉ ଏକ ପାଦ କେବିସି ଜରିଆରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଏବେ ଓଡ଼ିଶା ଉପରେ ସାରା ବିଶ୍ୱବାସୀଙ୍କ ନଜର ରହିଛି । ଆସନ୍ତା ନଭେମ୍ବର ୨୮ ତାରିଖରୁ ଓଡ଼ିଶାରେ ହକି ବିଶ୍ୱକପ କ୍ରୀଡ଼ା ମହାକୁମ୍ଭ ଅନୁଷ୍ଠିତ ହେବ । ତେଣୁ ଓଡିଶା ସମେତ ପୂରା ଦେଶରେ ଏବେ ଚଢିଛି ହକି ଫିଭର । ତେବେ ଏସବୁ ଭିତରେ ହକି ବିଶ୍ୱକପକୁ ପ୍ରମୋଟ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତେଣୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଶୋ’ କେବିସିରେ ନଜର ଆସିବେ ନବୀନ । ଭାରତୀୟ ହକି ଟିମ୍ କୁ ନେଇ ଆଜି କେବିସିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ । ଯେଉଁଥିରେ ବିଶ୍ୱକପ ଅୟୋଜନ ନେଇ କିଭଳି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ତାହା ବର୍ଣ୍ଣନା କରିବେ ମୁଖ୍ୟମନ୍ତ୍ରୀ ବୋଲି ସୁଚନା ମିଳିଛି । ତେବେ ଅମିତାଭ ବଚ୍ଚନଙ୍କ ଦ୍ୱାରା ସମସ୍ତ ଦେଶବାସୀଙ୍କୁ ଭାରତୀୟ ହକି ଟିମଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରସଂଶା କରୁଥିବାର ଦେଖିବାକୁ ମିଳୁଛି

 

LEAVE A REPLY

Please enter your comment!
Please enter your name here