ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ

0
57

ଭୁବନେଶ୍ୱର  : ମଙ୍ଗଳବାର ସତ୍ୟବାଦୀର ବକୁଳବନ ବିଦ୍ୟାଳୟ ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ବିଶ୍ୱବିଦ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମଙ୍ଗଳବାର ହେଉଛି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ । ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ମୁଖ୍ୟମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିଲାଗି ରାଜ୍ୟ ସରକାର ୨୫ ଏକର ଜମି ଚିହ୍ନଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here