ପୁରୀ ଧାଡ଼ି ଦର୍ଶନ ଲଙ୍କାକାଣ୍ଡ ଘଟଣା ଉପରେ ମତ ରଖିଲେ ଗଜପତି

0
281

 

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ସମୟରେ ସୃଷ୍ଟ ହିଂସାକାଣ୍ଡର ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ପୁରୀ ଗଜପତି ମହାରାଜ । ଉକ୍ତ ଘଟଣାକୁ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବୋଲି ଗଜପତି ମହାରାଜ କହିଛନ୍ତି । ଏଥିସହ ସରକାର ଏହି ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।ସେ ଘଟଣାଦିନ ରାଜ୍ୟ ବାହାରକୁ ଚାଲିଯାଇଥିବାରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରୀୟା ଦେଇ ପାରି ନାହାଁନ୍ତି ବୋଲି ଦର୍ଶାଇଛନ୍ତି । ପ୍ରକୃତରେ ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । କୌଣସି ପ୍ରକାର ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରା ନ ଯାଉ । ଉପଯୁକ୍ତ ତଦନ୍ତ ହେଲେ ଯାଇ ପ୍ରକୃତ କଥା ଜଣାପଡ଼ିବ । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପାଇଁ ଜନସାଧାରଣ, ପ୍ରଶାସନ, ସେବାୟତ ସମସ୍ତେ ଯତ୍ନବାନ ରହିବାକୁ ସେ କହିଛନ୍ତି । ବର୍ତ୍ତମାନ ଯେଭଳି ପରିସ୍ଥିତି ଉପୁଜିଛି ସେଥିରେ ପୁରୀରେ ଭିତରେ ଭିତରେ କିଛି ଉତ୍ତେଜନା ରହିଛି । ଇତିମଧ୍ୟରେ ୪୨ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ପୁରୀ ଏସ୍ପି ଓ ପ୍ରଶାସନପକ୍ଷରୁ ଯାଞ୍ଚ କରାଯାଉଛି । ଏହି ଗିରଫ ସଂଖ୍ୟା ଆହୁରି ବଢ଼ିବ । ଏହାକୁ ନେଇ ଆଗାମୀ ଦିନରେ ଅଶାନ୍ତ ପରିବେଶ ସୃଷ୍ଟି ନ ହେବ ଓ ଆଉ ଯେପରି ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ପୁରୀ ଶ୍ରୀକ୍ଷେତ୍ର ପରିଚାଳନାରେ କଳଙ୍କ ନ ଲାଗିବ ସେଥିନେଇ ସମସ୍ତେ ଶାନ୍ତି ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here