ବାଉଁଶ ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୨ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

0
137

ଭଦ୍ରକ:  ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପାଠାରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ତୀର୍ଥଯାତ୍ରୀ ବସ୍‌ଟି ଉତ୍ତର ପ୍ରଦେଶରୁ ପୁରୀକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ବସ୍‌ଟି ଚରମ୍ପା ନିକଟରେ ଏକ ବାଉଁଶ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ଡ୍ରାଇଭର ସମେତ ଜଣେ ତୀର୍ଥଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।  ସମସ୍ତ ଯାତ୍ରୀ ଉତ୍ତର ପ୍ରଦେଶର ବାରାବାଙ୍କୀ ଜିଲ୍ଲାର ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here