ଆସନ୍ତା ୯ ତ।ରିଖରେ ଆଊ ଏକ ଲଘୁଚାପ

0
1056

ଭୁବନେଶ୍ବର:ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ଘନୀଭୂତ ହେବ । କେନ୍ଦ୍ରୀୟ ବଂଗୋପସାଗରରେ ଏହି ଲଘୁଚାପ ଘନିଭୂତ ହେବା ଫଳରେ ଓଡ଼ିଶା ଉପକୂଳ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ଡିମ୍‍ଡ ବିଶ୍ୱବିଦ୍ୟାଳୟର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଲଘୁଚାପ ଅକ୍ଟୋବର ୧୧ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ଏବଂ ଦକ୍ଷିଣରୁ ଉତର ଦିଗକୁ ଗତି କରି ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନ୍ର ରୂପ ନେବ ।

ଅକ୍ଟୋବର ୧୨ ତାରିଖ ସୁଦ୍ଧା ଏହା ଉତର ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ବୋଲି ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ଅକ୍ଟୋବର ୯ ତାରିଖରେ ଉପକୂଳ ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ଅକ୍ଟୋବର ୧୧ ତାରିଖ ରୁ ୧୩ ତାରିଖ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here