ଗିରଫ ହୋଇ ପ।ରନ୍ତି ଅଭିଜିତ ଆୟାର ମିତ୍ର !

0
48

ଭୁବନେଶ୍ୱର : କୋଲକାତାରୁ ଆସି ଭୁବନେଶ୍ୱରରେ ପହଁଚି କୋଣାର୍କ ଅଭିମୁଖେ ଗସ୍ତ କରିଛନ୍ତି ଅଭିଜିତ ଆୟାର । କୋଣାର୍କ ଥାନାରେ ହାଜର ହୋଇ ପୋଲିସର ପଚର। ଚର।ର ସମ୍ମୁଖୀନ ହେବେ ଆୟର, ସୂଚନା ମୁତାବକ ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ସଂଜୟ କିଶନ କୌଲ ଓ ବିଚାରପତି କେ ଏମ ଯୋଶେଫଙ୍କ ଖଣ୍ଡପୀଠ ଆୟାରଙ୍କ ମାମଲାର ଶୁଣାଣୀ କରି ଜ।ମିନ ଆବେଦନ ଖ।ରଜ କରିଛନ୍ତି ।  ଆୟାରଙ୍କ ଜାମିନ ଆବେଦନ ନେଇ ଖଣ୍ଡପୀଠ କହିଥିଲେଯେ, ଅଭିଜିତ ଆୟାର ମିତ୍ର ଜାମିନ ପାଇଁ ଆଦୌ ହକଦାର ନୁହଁନ୍ତି  । ସେ ଧାର୍ମିକ ଭାବନାକୁ ଆଘାତ ପହଁଚାଇଛନ୍ତି ଓ ଉସୁକାଇଛନ୍ତି  । ଜାମିନ ପାଇଁ ଏହି ମାମଲା ଉପଯୁକ୍ତ ନୁହେଁ  । କାହିଁକି ଜାମିନ ଦିଆଯିବ ? ବୋଲି ସୁପ୍ରିମକୋର୍ଟ କହିଥିଲେ  । ଅଭିଜିତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ଓକିଲ କୋର୍ଟ ଠ।ରୁ ସୁରକ୍ଷା ମାଗିଥିଲେ  । ପ୍ରଧାନ ବିଚାରପତି ଏହ।ର ଉତ୍ତରରେ  କହିଥିଲେ, ବେଲ ନୁହେଁ ବରଂ ତାଙ୍କ ପାଇଁ ଜେଲ ହିଁ ସୁରକ୍ଷିତ ସ୍ଥାନ, ଏପଟେ  ଜାମିନ  ଖାରଜ ହୋଇ ଯିବ। ପରେ
ସେ ଗିରଫ ହେବା ନିଶ୍ଚିତ ବୋଲି ଶୁଣିବ।କୁ ମିଳୁଛି ।

LEAVE A REPLY

Please enter your comment!
Please enter your name here